ଭୁବନେଶ୍ୱର,୧୧ ସେପ୍ଟେମ୍ବର(ହି.ସ.) - ନେପାଳରେ ଫସି ରହିଥିବା ୨୩ ଓଡ଼ିଆ ସୁରକ୍ଷିତ ଭାବେ ଫେରିଥିବାରୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟ ଓ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସକୁ ଧନ୍ୟବାଦ ଦେଇଛନ୍ତି।
ଏକ୍ସରେ ମନ୍ତ୍ରୀ ଲେଖିଛନ୍ତି ନେପାଳରେ ସୃଷ୍ଟ ରାଜନୈତିକ ଅସ୍ଥିରତା କାରଣରୁ ସେଠାରେ ଫସି ରହିଥିବା ୨୩ ଜଣ ଓଡ଼ିଆଙ୍କୁ ଭାରତକୁ ଫେରାଇ ଅଣାଯାଇଛି। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଓ ନୂଆଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତ କାର୍ଯ୍ୟାଳୟର ଉଦ୍ୟମକ୍ରମେ ସମସ୍ତ ୨୩ ଜଣ ଓଡ଼ିଆ ପର୍ଯ୍ୟଟକ ଆମ ଦେଶକୁ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତନ କରିଛନ୍ତି ।
ସହଯୋଗ ପାଇଁ ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟ ଓ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସକୁ ଅଶେଷ ଧନ୍ୟବାଦ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା