କେନ୍ଦୁଝର ପୁରୁଣା ବଜାରରେ ବଡ଼ ଚୋରି ଘଟଣା – ୩ ଜଣ ଅଭିଯୁକ୍ତ ଗିରଫ, ବିପୁଳ ସାମଗ୍ରୀ ଜବତ
କେନ୍ଦୁଝର, 11 ସେପ୍ଟେମ୍ବର (ହି.ସ.) କେନ୍ଦୁଝର ଟାଉନ ପୁଲିସ କୁ ମିଳିଛି ବଡ଼ ସଫଳତା। ବହୁତ କମ୍ ସମୟରେ ବଡ଼ ଚୋରି ଘଟଣାର ତଦନ୍ତ କରି ୩ ଜଣ ଅନ୍ତରଜିଲ୍ଲା ଅପରାଧୀଙ୍କୁ ଗିରଫ କରିବାରେ ସଫଳତା ପାଇଛି। ଲକ୍ଷ୍ମୀନାରାୟଣପୁର ସାହି, ପୁରୁଣା ବଜାରର ନିର୍ମଳ କୁମାର ଝରାଙ୍କ ଘରୁ ଗତ ୪ତାରିଖ ରାତିରେ ତା
Big thief arrest by town police


କେନ୍ଦୁଝର, 11 ସେପ୍ଟେମ୍ବର (ହି.ସ.) କେନ୍ଦୁଝର ଟାଉନ ପୁଲିସ କୁ ମିଳିଛି ବଡ଼ ସଫଳତା। ବହୁତ କମ୍ ସମୟରେ ବଡ଼ ଚୋରି ଘଟଣାର ତଦନ୍ତ କରି ୩ ଜଣ ଅନ୍ତରଜିଲ୍ଲା ଅପରାଧୀଙ୍କୁ ଗିରଫ କରିବାରେ ସଫଳତା ପାଇଛି।

ଲକ୍ଷ୍ମୀନାରାୟଣପୁର ସାହି, ପୁରୁଣା ବଜାରର ନିର୍ମଳ କୁମାର ଝରାଙ୍କ ଘରୁ ଗତ ୪ତାରିଖ ରାତିରେ ତାଙ୍କ ଘରରୁ ସୁନାର ଗହଣା ଓ ପ୍ରାୟ ୫୦,୦୦୦/- ଟଙ୍କା ଚୋରି ହୋଇଥିଲା। ଏନେଇ କେନ୍ଦୁଝର ଟାଉନ ପିଏସ୍‌ କେସ୍‌ ନମ୍ବର-୬୫୦, ଧାରା- 331(4)/305 BNS କେଶ ରୁଜୁ କରି ତଦନ୍ତ କାଳରେ ପୁଲିସ୍ ସ୍ଥଳ ପରିଦର୍ଶନ କରି DFSL ଟିମ୍‌ଙ୍କ ସହିତ ଅନ-ଦ-ସ୍ପଟ ଇନ୍ସପେକ୍ସନ୍ କରିଥିଲେ, ସାକ୍ଷୀଙ୍କୁ ପରୀକ୍ଷା କରିଥିଲେ, CCTV ଫୁଟେଜ୍‌ ସଂଗ୍ରହ କରି ଖୋଜଖବର କରାଗଲା। ପ୍ରାପ୍ତ ପ୍ରାଥମିକ ସୂଚନା ଓ ଫୁଟେଜ୍‌ରୁ ଜାଣିଥିଲାଯ ଜେ OD-02-CM-3339 ନମ୍ବରର ଲାଲ ରଙ୍ଗର ମାରୁତି ବ୍ରେଜା କାର ଓ ୪ ଜଣ ବ୍ୟକ୍ତି ଏହି ଘଟଣାରେ ଜଡ଼ିତ।

ଗୁପ୍ତ ସୂଚନା ଓ ଟେକ୍ନିକାଲ୍ ସରଭେଲାନ୍ସ ଉପରେ କାର୍ଯ୍ୟ କରି ପୁଲିସ୍ ଗୋପାଳ @ ଆଦିତ୍ୟ @ ବ୍ରଜଗୋପାଳ ଦାସ , ଶେଖ ରାଜା @ ନୂରୁଦ୍ଦିନ୍ ମଲ୍ଲିକ, ଜଗା @ ଅଜୟ ଜେନାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ତାଙ୍କ ଠାରୁ

ଚୋରି ହୋଇଥିବା ସୁନା ଓ ଚାଁଦିର ଗହଣା ଲାଲ ରଙ୍ଗର ମାରୁତି ବ୍ରିଜା କାର ଏକ ଏୟାର୍‌ଗନ୍ ପିଷ୍ଟଲ୍ ୨ଟି ବଡ଼ ଲକ୍ କାଟିବା ମେସିନ୍ ୨ଟି ବଡ଼ ଲୋହା ଲୋହାରୀ ୧ଟି ଅକ୍ସିଜେନ୍ ସିଲିଣ୍ଡର ଓ କଟିଂ ଇନ୍ସ୍ଟ୍ରୁମେଣ୍ଟ ୧ଟି DVR ମେସିନ୍ ଓ ୩ଟି CCTV କ୍ୟାମେରା ଅନ୍ୟାନ୍ୟ ଅପରାଧୀୟ ସାମଗ୍ରୀ ଜବତ କରିଛି।

ଅନ୍ୟ ଜଣ ସହଭାଗୀ ସଞ୍ଜୟ ଗିରି ଖସିତ ପଳାଇଥିବା ଜଣାପଡିଛି। ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି ଯେ ଗିରଫ ହୋଇଥିବା ଅଭିଯୁକ୍ତମାନେ ପୂର୍ବରୁ ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଗୁରୁତର ଅପରାଧରେ ଜଡ଼ିତ ଥିଲେ। ଆଜି ସେମାନଙ୍କୁ SDJM, କେନ୍ଦୁଝରଙ୍କ ଆଦାଲତକୁ ପଠାଇଟଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande