ହୋଟେଲରେ ଦୁର୍ବୁତଙ୍କ ଭଙ୍ଗାରୁଜା ମାମଲା ୩ ଗିରଫ
ଜୟପୁର, ୧୧ ସେପ୍ଟେମ୍ବର (ହି.ସ.) - ଟଙ୍କା ନଦେବାରୁ ଜାତୀୟ ରାଜପଥ ୨୬ କଡରେ ଥିବା ଏକ ହୋଟେଲରେ କେତେକ ଦୁର୍ବୁତ ଭଙ୍ଗାରୁଜା କରିଥିବା ମାମଲାରେ ଆଜି ଟାଉନ ପୁଲିସ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ୩ଜଣ ହେଲେ ବଙ୍ଗଳାବାଡ ଅଂଚଳର ପୂର୍ଣ୍ଣ ନାୟକ, ରିତେଶ ମୁଦୁଲି, ସୁଭମ ଘଡେଇ। ଗତ ୬
ହୋଟେଲରେ ଦୁର୍ବୁତଙ୍କ ଭଙ୍ଗାରୁଜା ମାମଲା ୩ ଗିରଫ


ଜୟପୁର, ୧୧ ସେପ୍ଟେମ୍ବର (ହି.ସ.) - ଟଙ୍କା ନଦେବାରୁ ଜାତୀୟ ରାଜପଥ ୨୬ କଡରେ ଥିବା ଏକ ହୋଟେଲରେ କେତେକ ଦୁର୍ବୁତ ଭଙ୍ଗାରୁଜା କରିଥିବା ମାମଲାରେ ଆଜି ଟାଉନ ପୁଲିସ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ୩ଜଣ ହେଲେ ବଙ୍ଗଳାବାଡ ଅଂଚଳର ପୂର୍ଣ୍ଣ ନାୟକ, ରିତେଶ ମୁଦୁଲି, ସୁଭମ ଘଡେଇ। ଗତ ୬ ତାରିଖ ଦିନ ଦୁର୍ବୁତମାନେ ହୋଟେଲକୁ ଯାଇ ୫ହଜାର ଟଙ୍କା ମାଗିଥିଲେ। ହୋଟେଲ ମାଲିକ ବାଲ୍ମିକୀ ମହାପାତ୍ର ଟଙ୍କା ଦେବାକୁ ମନା କରିବାରୁ ସେମାନେ ଦୋକାନ ବନ୍ଦ କରିବାକୁ ଧମକ ଦେଇଥିଲେ। ମାଲିକ ଓ କର୍ମଚାରୀ ମାନେ ପ୍ରତିବାଦ କରିବା ପରେ ଯୁବକମାନେ ଗାଳିଗୁଲଜ ସହ ମାଡ ମାରିଥିଲେ। ମାରଣାସ୍ତ୍ରରେ ଆକ୍ରମଣ କରି ହୋଟେଲ ଆଶବାବ ପତ୍ର ଭାଙ୍ଗି ଦେଇଥିଲେ। ଏପରିକି ହୋଟେଲ ମାଲିକଙ୍କ ସୁନା ଚେନ ଲୁଟି ଫେରାର ହୋଇଯାଇଥିଲେ। ହୋଟେଲ ମାଲିକ ଏତଲା ଦେବା ପରେ ପୁଲିସ ଏସଆଇ ରାଜେନ୍ଦ୍ର ପାଙ୍ଗି ଛାନଭିନ ଆରମ୍ଭ କରି ୩ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ। ଆଜି ତଦନ୍ତକାରି ଅଧିକାରୀ ଏସଆଇ ସିଦ୍ଧାନ୍ତ ବେହେରା ୩ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande