ସୋସିଆଲ ମିଡ଼ିଆ ବ୍ୟାନକୁ ନେଇ ଜେନ-ଜି
କେନ୍ଦ୍ରାପଡ଼ା, ୧୧ ସେପ୍ଟେମ୍ବର(ହି.ସ.) – ଆନ୍ଦୋଳନ ନେପାଳରେ ଅରାଜକତା ସ୍ଥିତି ସୃଷ୍ଟି କରିଛି। ଚାରିଆଡେ କେବଳ ହିଂସା, ଜଳାପୋଡ଼ା। ତେବେ ଏହାକୁ ନେଇ କେନ୍ଦ୍ରାପଡାର ଯେଉଁ ପ୍ରବାସୀମାନେ ନେପାଳରେ ଅଛନ୍ତି, ସେମାନଙ୍କ ପରିବାର ଏବେ ଚିନ୍ତାରେ। ବ୍ୟାପକ ହିଂସାକାଣ୍ଡ ଯୋଗୁଁ କେନ୍ଦ୍ରାପଡ଼ାର ପ୍ରାୟ ଏକ ହଜା
ସୋସିଆଲ ମିଡ଼ିଆ ବ୍ୟାନକୁ ନେଇ ଜେନ-ଜି


କେନ୍ଦ୍ରାପଡ଼ା, ୧୧ ସେପ୍ଟେମ୍ବର(ହି.ସ.) – ଆନ୍ଦୋଳନ ନେପାଳରେ ଅରାଜକତା ସ୍ଥିତି ସୃଷ୍ଟି କରିଛି। ଚାରିଆଡେ କେବଳ ହିଂସା, ଜଳାପୋଡ଼ା। ତେବେ ଏହାକୁ ନେଇ କେନ୍ଦ୍ରାପଡାର ଯେଉଁ ପ୍ରବାସୀମାନେ ନେପାଳରେ ଅଛନ୍ତି, ସେମାନଙ୍କ ପରିବାର ଏବେ ଚିନ୍ତାରେ। ବ୍ୟାପକ ହିଂସାକାଣ୍ଡ ଯୋଗୁଁ କେନ୍ଦ୍ରାପଡ଼ାର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ଲୋକେ ଫସିକି ରହିଛନ୍ତି। ପଟ୍ଟାମୁଣ୍ଡାଇର ମଣ୍ଡପଡା, ବଳଭଦ୍ରପୁର, ବାଲିପାଟଣା, ଡାମରପୁର, ସେଇଭଳି ଆଳିର ସିଙ୍ଗିରି, ମାଣିକପାଟଣା ଭଳି କେନ୍ଦ୍ରାପଡ଼ା ବ୍ଲକର ଅଧିକାଂଶ ଲୋକେ ନିଜର ପରିବାର ଆର୍ôଥକ ସ୍ଥିତି ଯୋଗୁଁ ସେମାନେ ସୁଦୂର ନେପାଳରେ ଦାଦନ ଖଟୁଛନ୍ତି। ଅଧିକାଂଶ ପାଣି ପାଇପ ମିସ୍ତ୍ରୀ ଓ ଶ୍ରମିକ ଶ୍ରେଣୀର। ଯେଉଁମାନେ ଏବେ ଫସିକି ଥିବାରୁ, ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପରିବାର। ନେପାଳରେ ଥିବା କେନ୍ଦ୍ରାପଡ଼ା ଅଂଚଳର ଲୋକେ ଗୃହ ବନ୍ଦୀ ଭଳି ଜୀବନ ବିତାଉଛନ୍ତି। କାରଣ ବାହାରେ ହିଂସାକୁ ନେଇ ସେମାନେ ଘରେ ବନ୍ଦ କୋଠରିରେ ରହିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଘଟଣା ଘଟିବ ଯାହା ସେମାନେ ଆଶା ବି କରିନଥିଲେ। ତେଣୁ ଘରେ ଥିବା ଖାଦ୍ୟ ଶେଷ ହୋଇଗଲାଣି। ଖାଦ୍ୟ ବିନା ସେମାନେ ଛଟପଟ ହେଉଥିବା କଥା ଏଠି ପରିବାର ଲୋକେ ଶୁଣି ସେମାନଙ୍କ କାନ୍ଦି କାନ୍ଦି ସେମାନଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି। କାହା ରି ଘରେ ଚୁଲି ଜଳୁନି। ଏପଟେ ପରିବାର ଲୋକେ ଆଶା ବାନ୍ଧି ବସିଛନ୍ତି ସରକାର ସେମାନଙ୍କୁ ଫେରାଇ ଆଣିବେ। ତେବେ ଏ ନେଇ ଜିଲ୍ଲାପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande