୩୨ ବର୍ଷ ପରେ ରଜନୀକାନ୍ତ ଗିରଫ
ପୁରୀ, ୧୧ ସେପ୍ଟେମ୍ବର (ହି.ସ.)- ପୁରୀ ଜିଲ୍ଲା କଣାସ ଥାନା ଅଞ୍ଚଳରେ ଅପରାଧ ଘଟାଇ ୩୨ ବର୍ଷ ଲୁଚିବା ପରେ ଗୁରୁବାର ସକାଳୁ କଣାସ ପୋଲିସ ୱାରେଣ୍ଟ ବଳରେ ନନ୍ଦିଗୋଦା ଗ୍ରାମର ରଜନୀକାନ୍ତ ସ୍ବାଇଁଙ୍କୁ ଗିରଫ କରିଛି । ପୁରୀ ସେସନ୍ସ କୋର୍ଟଙ୍କ ଗିରଫ ପରୱାନା ନମ୍ବର ଜିଆର ୪୭୭/୯୩ ବଳରେ ଗିରଫ କରାଯାଇଛି
୩୨ ବର୍ଷ ପରେ ରଜନୀକାନ୍ତ ଗିରଫ


ପୁରୀ, ୧୧ ସେପ୍ଟେମ୍ବର (ହି.ସ.)- ପୁରୀ ଜିଲ୍ଲା କଣାସ ଥାନା ଅଞ୍ଚଳରେ ଅପରାଧ ଘଟାଇ ୩୨ ବର୍ଷ ଲୁଚିବା ପରେ ଗୁରୁବାର ସକାଳୁ କଣାସ ପୋଲିସ ୱାରେଣ୍ଟ ବଳରେ ନନ୍ଦିଗୋଦା ଗ୍ରାମର ରଜନୀକାନ୍ତ ସ୍ବାଇଁଙ୍କୁ ଗିରଫ କରିଛି । ପୁରୀ ସେସନ୍ସ କୋର୍ଟଙ୍କ ଗିରଫ ପରୱାନା ନମ୍ବର ଜିଆର ୪୭୭/୯୩ ବଳରେ ଗିରଫ କରାଯାଇଛି । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଥାନାରେ ପଡିରହିଥିବା ୱାରେଣ୍ଟକୁ କମାଇବା ପାଇଁ ଉଦ୍ୟମ ଜାରି ରହିଛି । ସେହିପରି କଣାସ ଥାନା ଗାଣ୍ଡପଡା ଗ୍ରାମର ରୋହିତ ପ୍ରଧାନଙ୍କୁ ଗିରଫ ପରୱାନ ନମ୍ବର ୫୪୦/୨୦୧୯ ବଳରେ ଗିରଫ କରାଯାଇଛି । ସେ ୬ ବର୍ଷ ତଳୁ ଫେରାର ରହିଥିଲା । ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ପୁରୀ ଏସପି ପ୍ରତୀକ ସିଂଙ୍କ କଡା ନିର୍ଦ୍ଦେଶ ବଳରେ ବିଭିନ୍ନ ଥାନାରେ ଅପରାଧୀଙ୍କ ଉପରେ ପୋଲିସ ତିକ୍ଷ୍ଣ ନଜର ରଖିଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande