ଶ୍ରୀମନ୍ଦିର ଚାରିଦ୍ୱାର ଜଗିଲେ ବଡି କ୍ୟାମେରା ଯୁକ୍ତ ପୋଲିସ
ପୁରୀ, ୧୧ ସେପ୍ଟେମ୍ବର (ହି.ସ.) - ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଶଦ୍ଦ ଗ୍ରହଣ କରିବା ଓ ଷ୍ଟୋରେଜ କାପାସିଟ ଥିବା ବଡି କ୍ୟାମେରା ପୋଲିସଙ୍କ ଡ୍ରେସ ସହ ସଂଯୁକ
ଶ୍ରୀମନ୍ଦିର ଚାରିଦ୍ଵାର ଜଗିଲେ ବଡି କ୍ଯାମେରା ଯୁକ୍ତ ପୋଲିସ


ପୁରୀ, ୧୧ ସେପ୍ଟେମ୍ବର (ହି.ସ.) - ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଶଦ୍ଦ ଗ୍ରହଣ କରିବା ଓ ଷ୍ଟୋରେଜ କାପାସିଟ ଥିବା ବଡି କ୍ୟାମେରା ପୋଲିସଙ୍କ ଡ୍ରେସ ସହ ସଂଯୁକ୍ତ ହୋଇଛି । ଭକ୍ତଙ୍କ ଉପରେ ଏହା ତୀକ୍ଷ୍ଣ ଦୃଷ୍ଟି ରଖିବ । ଶ୍ରୀମନ୍ଦିରକୁ ପ୍ରବେଶ କରୁନଥିବା ସାମଗ୍ରୀକୁ ମଧ୍ୟ ନଜର ରଖିବ । ଦକ୍ଷତାର ସହ ପୋଲିସ କାମ କରିବା ଓ ଭକ୍ତଙ୍କ ବିଶ୍ୱାସ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି । କ୍ୟାମେରା ଫୁଟେଜରୁ ଶ୍ରୀମନ୍ଦିରକୁ କେତେ ଭକ୍ତ ଯାଉଛନ୍ତି କଣ ନେଉଛନ୍ତି ରେକର୍ଡରୁ ଜାଣିହେବ । ଶ୍ରୀମନ୍ଦିର ଚାରିପଟେ ସୁରକ୍ଷା ପରିବେଶ ସୃଷ୍ଟି କରିବା ଲକ୍ଷ୍ୟନେଇ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଲକ୍ଷ ଲକ୍ଷ ଭକ୍ତ, ଦର୍ଶନାର୍ଥୀଙ୍କ ସୁରକ୍ଷା ପାଇଁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande