ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)- ଆରଏସଏସ ମୁଖ୍ୟ
ମୋହନ ଭାଗବତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱର ସବୁଠୁ ବଡ ସ୍ୱୟଂସେବକ ସଙ୍ଗଠନ
ଆରଏସଏସର ପରମ ପୂଜନୀୟ ସରସଂଘଚାଳକ ଆଦରଣୀୟ ଶ୍ରୀ ଡ.ମୋହନ ଭାଗବତଙ୍କୁ ଜନ୍ମଦିନ ଅବସରରେ
ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଅର୍ପଣ କରୁଛି ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ
ଚରଣାରବିନ୍ଦରେ ପ୍ରାର୍ଥନା କରୁଛି ଯେ, ସେ ଆପଣଙ୍କୁ ଉତ୍ତମ
ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ଅବିରାମ ଉର୍ଜାର ଆଶୀର୍ବାଦ ପ୍ରଦାନ କରନ୍ତୁ।
ଆପଣଙ୍କର ତପସ୍ୟା, ତ୍ୟାଗ ଓ ପ୍ରେରଣାଦାୟୀ ମାର୍ଗଦର୍ଶନ ଭାରତୀୟ ସମାଜରେ ଦେଶପ୍ରେମ, ସଂସ୍କାର ଓ ସଂଗଠନର ଭାବନାକୁ ଲଗାତାର ଭାବେ ପ୍ରବାହିତ କରୁ। ଆପଣଙ୍କ ଦୃଷ୍ଟିସାରଥୀ
ନେତୃତ୍ୱରେ ଭାରତ ତାଙ୍କ ପ୍ରାଚୀନ ଆଦର୍ଶ, ସନାତନ ମୂଲ୍ୟବୋଧ ଓ
ସାଂସ୍କୃତିକ ଗୌରବରୁ ଶକ୍ତି ସଂଗ୍ରହ କରି ପୁନଃ ସର୍ବୋଚ୍ଚ ବୈଭବର ଦିଗରେ ଅଗ୍ରସର ହେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା