କୋରେକ୍ସ ସହ ୧୬ ଶହ ଟଙ୍କା ଜବତ ଜଣେ ଗିରଫ
ପୁରୀ, ୧୧ ସେପ୍ଟେମ୍ବର (ହି.ସ.) - ବଡଦାଣ୍ଡ ସୂର୍ଯ୍ୟ କମ୍ପେ୍ଲକ୍ସ ନିକଟରେ କୋରେକ୍ସ ବିକ୍ରି କରୁଥିବା ବେଳେ ଟାଉନଥାନା ପୋଲିସ ଜଣକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ବାବାଜୀ ଓରଫ ବାସୁଦେବ ମହାରଣା (୫୬) । ତାଙ୍କ ଘର ବାସେଳୀ ସାହି ଥାନା ଅନ୍ତର୍ଗତ ତ୍ରିଦେବ ନଗରରେ । ତାଠାରୁ ୧୮ ବୋତଲ କଫ ସିରଫ,
କୋରେକ୍ସ ସହ ୧୬ ଶହ ଟଙ୍କା ଜବତ ଜଣେ ଗିରଫ


ପୁରୀ, ୧୧ ସେପ୍ଟେମ୍ବର (ହି.ସ.) - ବଡଦାଣ୍ଡ ସୂର୍ଯ୍ୟ କମ୍ପେ୍ଲକ୍ସ ନିକଟରେ କୋରେକ୍ସ ବିକ୍ରି କରୁଥିବା ବେଳେ ଟାଉନଥାନା ପୋଲିସ ଜଣକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ବାବାଜୀ ଓରଫ ବାସୁଦେବ ମହାରଣା (୫୬) । ତାଙ୍କ ଘର ବାସେଳୀ ସାହି ଥାନା ଅନ୍ତର୍ଗତ ତ୍ରିଦେବ ନଗରରେ । ତାଠାରୁ ୧୮ ବୋତଲ କଫ ସିରଫ,୧୬ ଶହ ଟଙ୍କା ଓ ଛୋଟ ମାଇକ୍ରୋମାକ୍ସ କି ପ୍ୟାଡ ଫୋନ ପୋଲିସ ଜବତ କରିଛି। ଏ ସମ୍ପର୍କରେ ଟାଉନଥାନାରେ ୪୩୬/୨୫ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିଲା । ଏସଡିଜେଏମ କୋର୍ଟ ତାର ଜାମିନ ନାମଞ୍ଜୁର କରି ତାକୁ ଜେଲ ହାଜତକୁ ପଠାଇ ଦେଇଛନ୍ତି । ଅଭିଯୁକ୍ତଙ୍କ ପୂର୍ବରୁ ବାସେଳୀ ସାହି ଥାନା ଓ ଟାଉନଥାନାରେ ମାମଲା ରହିଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande