ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)- ଭୁବନେଶ୍ୱରରେ
ନିର୍ମାଣ ହେବ ଆଦର୍ଶ ଗୋଶାଳା । 40 କୋଟି ବ୍ୟୟରେ ଆଦର୍ଶ ଗୋଶାଳା ନିର୍ମାଣ କରିବେ ସରକାର ।
ଭୁବନେଶ୍ବରର ବୁଲା ଗାଈ ଗୋରୁଙ୍କୁ ସେଠାରେ ରଖାଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ରାଜଧାନୀକୁ ସମ୍ପୂର୍ଣ୍ଣ ରୂପରେ ବୁଲା ଗାଈ ଗୋରୁ ମୁକ୍ତ
କରାଯିବ । ଏଥିପାଇଁ ସରକାର ବଡ ଯୋଜନା କରିଛନ୍ତି । ଆଦର୍ଶ ଗୋଶାଳା ପାଇଁ ଜମି ବି ଚିହ୍ନଟ
ସରିଛି । କେବଳ କ୍ଷୀର ନୁହେଁ, ଗୋମାତାଙ୍କ ଗୋବର ଏବଂ ମୁତ୍ରରୁ ବିଭିନ୍ନ ପ୍ରଡକ୍ଟ ବାହାରିବ ।
ସରକାର ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ
ଗୋଶାଳା ନିର୍ମାଣ ଆରମ୍ଭ ହୋଇଛି । ସେହିପରି ସହରାଞ୍ଚଳ ଗୁଡିକରେ ରାଜରାସ୍ତାରୁ ଗାଈଗୋରୁଙ୍କୁ
ହଟାଇବା ପାଇଁ 5 ଟି ସ୍ଥାନରେ ଗୋଶାଳା କରାଯାଉଛି । ରାସ୍ତାରେ ଦୁର୍ଘଟଣା ଯୋଗୁଁ ଉଭୟ ଲୋକ ଏବଂ
ଗାଈ ଗୋରୁ ଆଘାତ ପାଉଛନ୍ତି ଓ ପ୍ରାଣ ହରାଉଛନ୍ତି । ତେଣୁ ସରକାର ଏ ନେଇ ସମ୍ବେଦନଶୀଳ ଅଛନ୍ତି
ଏବଂ ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା