ଯାଜପୁର ଗସ୍ତର ଦ୍ୱିତୀୟ ଦିନରେ ମନମୋହନ ସାମଲଙ୍କୁ ବ୍ୟାପକ ସ୍ୱାଗତ ଓ ସମ୍ବର୍ଦ୍ଧନା ସହିତ ମିଶ୍ରଣ ପର୍ବ
ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ ବିଜେପି ସରକାର : ମନମୋହନ ସାମଲ ଯାଜପୁର/ ଭୁବନେଶ୍ୱର,୧୧ ସେପ୍ଟେମ୍ବର(ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସ୍ୱାଧୀନତାର ୭୮ ବର୍ଷ ପରେ ବିଜେପି ଓଡ଼ିଶାରେ ଏକାକୀ ସରକାର ଗଢ଼ିବାରେ ସଫଳ ହୋଇଛି। ସରକାର ପରିବର୍ତନ କରିବାରେ ସମ
ଯାଜପୁର ଗସ୍ତର ଦ୍ୱିତୀୟ ଦିନରେ ମନମୋହନ ସାମଲଙ୍କୁ ବ୍ୟାପକ ସ୍ୱାଗତ ଓ ସମ୍ବର୍ଦ୍ଧନା ସହିତ ମିଶ୍ରଣ ପର୍ବ


ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ ବିଜେପି ସରକାର : ମନମୋହନ ସାମଲ

ଯାଜପୁର/ ଭୁବନେଶ୍ୱର,୧୧ ସେପ୍ଟେମ୍ବର(ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସ୍ୱାଧୀନତାର ୭୮ ବର୍ଷ ପରେ ବିଜେପି ଓଡ଼ିଶାରେ ଏକାକୀ ସରକାର ଗଢ଼ିବାରେ ସଫଳ ହୋଇଛି। ସରକାର ପରିବର୍ତନ କରିବାରେ ସମସ୍ତଙ୍କ ଯୋଗଦାନ ରହିଛି। ଏଥିରେ ଯାଜପୁର ଜିଲ୍ଲାର ଭୂମିକା ସବୁଠାରୁ ଆଗରେ ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଏବେ ଲୋକଙ୍କ ସରକାର ଚାଲିଛି। ପୂର୍ବରୁ କଂଗ୍ରେସ, ବିଜେଡି ସରକାର ଓଡ଼ିଶାର ଜନସାଧାରଣଙ୍କୁ ଲୁଟି ଚାଲିଥିଲେ। ଏପରିକି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ମଧ୍ୟ କରିପାରି ନ ଥିଲେ। ଏସବୁ ସମାସ୍ୟାର ସମାଧାନ କରି ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଯାଜପୁର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଦଶରଥପୁର ବ୍ଲକର ନନ୍ଦୀପୁରଠାରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ଯାଜପୁର ଜିଲ୍ଲା ହେଉଛି ସମ୍ଭାବନାର ଜିଲ୍ଲା। ଏଠାରେ ଖଣିଖାଦନ ଭରପୁର ରହିଛି। ନଦୀଠାରୁ ଆରମ୍ଭ କରି କୃଷି ପର୍ଯ୍ୟନ୍ତ ସବୁ ସୁବିଧା ରହିଛି। ଯାଜପୁର ଜିଲ୍ଲାର କଳିଙ୍ଗ ନଗରରେ ଅନେକ ଶିଳ୍ପସଂସ୍ଥା ରହିଛି। ଏଠାରେ କୃଷିଭିତିକ ଶିଳ୍ପଠାରୁ ଆରମ୍ଭ କରି ଓ ପର୍ଯଟନ ଶିଳ୍ପର ବିକାଶ ହୋଇପାରିବ। ଏହି ଜିଲ୍ଲାକୁ ୧ ନଂମ୍ବର କରି ଗଢ଼ି ତୋଳିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିସହ ୨୦୪୭ରେ ବିକଶିତ ଭାରତ ଗଠନରେ ଓଡ଼ିଶାର ଯେପରି ସବୁଠାରୁ ଅଧିକ ଯୋଗଦାନ ଦେଇପାରିବ ସେଥିପାଇଁ ଆମ ସମସ୍ତଙ୍କୁ ପ୍ରୟାସ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଓଡ଼ିଶା ଦେଶରେ ୧ନଂ. ରାଜ୍ୟ ହୋଇପାରିବ। ତାଙ୍କର ଯେଉଁ ଭରସା ଓ ବିଶ୍ୱାସ ରହିଛି ତାହାକୁ ରାଜ୍ୟ ସରକାର ନିଶ୍ଚିନ୍ତ ପୂରଣ କରିବେ ବୋଲି ଶ୍ରୀ ସାମଲ କହିଛନ୍ତି।

ଏହି ଅବସରରେ ମନ୍ତ୍ରୀ ପଦୀପ ବଳସାମନ୍ତ, ସାଂସଦ ରବିନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, କୋରେଇ ବିଧାୟକ ଆକାଶ ଦାସ ନାୟକ, ଯାଜପୁର ଜିଲ୍ଲା ସଭାପତି ଦେବଜାନୀ ପ୍ରଧାନ଼ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ସରୋଜ କର, ପୂର୍ବତନ ଜିଲ୍ଲା ସଭାପତି ଗୌତମ ରାୟ, ମୁଖପାତ୍ର ମନୋଜ ମହାପାତ୍ର, ବବିତା ମଲ୍ଲିକ, ଉମେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ବିଂଝାରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦଶରଥପୁର ବ୍ଲକର ନନ୍ଦୀପୁରଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଦଶରଥପୁର ବ୍ଳକ ପୂୂର୍ବତନ ଉପାଧ୍ୟକ୍ଷ ବିଷ୍ଣୁଚରଣ ମହାପାତ୍ରଙ୍କ ସମେତ ବିଜେଡି ଓ କଂଗ୍ରେସର ବହୁ ସରପଂଚ, ସମିତି ସଭ୍ୟ ନିଜ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଥିଲେ।

ଆଜି ସକାଳେ ରାଜ୍ୟ ସଭାପତି ଶ୍ରୀ ସାମଲ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କୁ ଦର୍ଶନ କରି ରାଜ୍ୟର କଲ୍ୟାଣ ଓ ଉନ୍ନତି ପାଇଁ ପ୍ରାର୍ଥନା କରି ଆଶୀର୍ବାଦ ଗ୍ରହଣ କରିଛନ୍ତି । ଏହାପରେ ସଠିପୁର, ଯାଜପୁର ଟାଉନ, ବିଂଝାରପୁର, ବରହଟା ଛକ, ଦଶରଥପୁର, ନନ୍ଦିପୁରରେ ଅନୁଷ୍ଠିତ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଗତକାଲି ଯାଜପୁର ଜିଲା ଗସ୍ତରେ ଆସି ଧର୍ମଶାଳା ସମେତ ବରୀ, ପାଣିକୋଇଲିରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ। ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ ଯାଜପୁର ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande