ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଯୋଗାଇ ଦିଆଯିବ - ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର,୧୧ ସେପ୍ଟେମ୍ବର(ହି.ସ.) - ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଯୋଗାଇ ଦେବାକୁ ସରକାର ଯୋଜନା କରିଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାର କହିଛନ୍ତି। ସେ କହିଛନ୍ତି ବିଜେପି ସରକାର ୫ ବର୍ଷ ପୂରିବା ଆଗରୁ ରାଜ୍ୟରେ କେହି ଭୂମିହୀନ ବ୍ୟକ୍ତି ରହିବେ ନାହିଁ। ଯେଉଁ ମାନଙ୍କର ୪ ଡ଼ିସିମିଲ
ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଯୋଗାଇ ଦିଆଯିବ - ରାଜସ୍ୱ ମନ୍ତ୍ରୀ


ଭୁବନେଶ୍ୱର,୧୧ ସେପ୍ଟେମ୍ବର(ହି.ସ.) - ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଯୋଗାଇ ଦେବାକୁ ସରକାର ଯୋଜନା କରିଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାର କହିଛନ୍ତି। ସେ କହିଛନ୍ତି ବିଜେପି ସରକାର ୫ ବର୍ଷ ପୂରିବା ଆଗରୁ ରାଜ୍ୟରେ କେହି ଭୂମିହୀନ ବ୍ୟକ୍ତି ରହିବେ ନାହିଁ। ଯେଉଁ ମାନଙ୍କର ୪ ଡ଼ିସିମିଲରୁ କମ୍ ଜମି ଥିବ ତାଙ୍କୁ ମଧ୍ୟ ଭୂମିହୀନ ଭାବରେ ବିବେଚନା କରାଯିବ । ଯେଉଁ ଜନଜାତି ସମ୍ପ୍ରଦାୟ ଲୋକ ଜଙ୍ଗଲ ଜମିରେ ରହୁଛନ୍ତି ତାଙ୍କୁ ୧୦ ଡ଼ିସିମିଲି ଜମି ପ୍ରଦାନ କରିବେ ସରକାର। ହୀରାକୁଦ ନିର୍ମାଣ ସମୟରେ ଯେଉଁ ମାନେ ବିସ୍ଥାପିତ ହୋଇଥିଲେ ସେମାନଙ୍କୁ ମଧ୍ୟ ଜମି ପଟ୍ଟା ଦେବାକୁ ରାଜସ୍ୱ ବିଭାଗ କାର୍ଯ୍ୟ କରୁଛି। ଏହାସହ ୨୨ ହାଜରରୁ ଅଧିକ ଶିକ୍ଷନୁଷ୍ଠାନକୁ ମଧ୍ୟ ସରକାର ଜମି ଯୋଗାଇ ସାରିଛନ୍ତି।

ରାଜସ୍ୱ ମନ୍ତ୍ରୀ ଆହୁରି କହିଛନ୍ତି ପୂର୍ବ ସରକାରରେ ବହୁ ଲୋକ ପଟ୍ଟା ପାଇଛନ୍ତି । ମାତ୍ର ଜମି ଖୋଜି ଖୋଜି ଏ ଯାଏଁ ପାଉନାହାନ୍ତି । କିନ୍ତୁ ଆମ ସରକାର ଆସିବା ପରେ ମୁଁ ନିର୍ଦ୍ଦେଶ ଦେଇଛି ଯେ ପଟ୍ଟା ଯାହାର ଅଛି, ସେ ଯେଉଁ ସରକାରରେ ବି ପଟ୍ଟା ପାଇଥାନ୍ତୁ ନା କାହିଁକି ସେମାନଙ୍କୁ ଜମି ଚିହ୍ନଟ କରି ଦିଆଯିବ । ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ରାଜସ୍ୱ ବିଭାଗ ଭୂଦାନ ଆନ୍ଦୋଳନର ଅଂଶୀଦାର ହେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande