କୋରେଇ, ୧୧ ସେପ୍ଟେମ୍ବର (ହି.ସ.) - ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଯାଜପୁର ଜିଲ୍ଲାର ଦଶରଥପୁର ଗସ୍ଥ ଅବସରରେ ଯାଜପୁରର ପ୍ରବେଶ ପଥ ସଠିପୁର ଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଯାଜପୁର ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଳା । ଯାଜପୁର ସାଂସଦ ରବିଦ୍୍ର ନାରାୟଣ ବେହେରା ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସାଂସଦ ପ୍ରତିନିଧି ପ୍ରଦୀପ କୁମାର ଧଳ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ । ଶତାଧିକ ବିଜେପି କର୍ମୀ (ମହିଳା ଓ ପୁରୁଷ) ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶ୍ରୀ ସାମଲଙ୍କୁ ଓ ଅନ୍ୟ ଅତିଥିମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିକ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ