ଧର୍ମଶାଳା,୧୧ସେପ୍ଟେମ୍ବର(ହି.ସ.) - ଅଖିଳ ଭାରତୀୟ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ଜିଲା ସ୍ତରରେ ସଭାପତି ଚୟନ ପାଇଁ ସଂଗଠନ ସୃଜନ ଅଭିଯାନ ଜାରି ରହିଛି । ଯାଜପୁର ଜିଲାର ବିଭିନ୍ନ ବ୍ଲକ ସ୍ତରରେ ମତାମତ ସଂଗ୍ରହ କରାଯାଉଛି । ଏହିକ୍ରମରେ ଆଜି ଜାରକାଠାରେ ଧର୍ମଶାଳା କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଆଇସିସି ଦ୍ୱାରା ନିଯୁକ୍ତ ଜିଲା ପର୍ଯ୍ୟବେକ୍ଷକ ଚାରୁଲତା ଟୋକାସ ଯୋଗ ଦେଇ କର୍ମୀମାନଙ୍କଠାରୁ ମତାମତ ସଂଗ୍ରହ କରିବାହ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବାକୁ ଆହ୍ନାନ ଦେଇଥିଲେ । ଧର୍ମଶାଳା କଂଗ୍ରେସ ନେତା କିଶାନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କୋଡିନେଟର ସୁଧାଶୁଂ ଦେଓ,ପିସିସି ଅବଜରଭର ୟାକୁବ୍ ଖାଁନ,ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡା,ଜିଲା ସଭାପତି ମନୋଜ ରାଉତ,ମାଗୁଣୀ ଜେନା, ବିଦ୍ୟାଧର ମହାନ୍ତି, ସୁଦିପ କର,ଗଣେଶ୍ୱର ଦାସ,ସନ୍ତୋଷ ନନ୍ଦ,ବିଶ୍ୱପ୍ରକାଶ ସାମଲ,ଶ୍ରୀନାଥ ମିଶ୍ର,କୃଷକ ନେତା ବସନ୍ତ ପରିଡା,ପ୍ରଫୁଲ୍ଲ କୁମାର ରାୟ,ରସୁଲପୁର ବ୍ଲକ ସଭାପତି ମିହିର ମିଶ୍ର,ଯୁବନେତା ମାନସ ରଂଜନ କର,କାଳନ୍ଦୀ ପାଣି,ମଧୁସ୍ମିତା ଆଚାର୍ଯ୍ୟ,ଦୀପକ କୁମାର ବଳ,ପୂର୍ଣ୍ଣ ଚନ୍ଦ୍ର ତରାଇ,ନରୋତମ ନାୟକ,ପ୍ରଭାତ ରାଉତ,କବିତା ମଳିକ,ସୁଶୀଲ ଡୋରା,ନକୁଳ ଜେନା,ଅମରେନ୍ଦ୍ର ସାମଲ,ପ୍ରମାଦ ମହାନ୍ତି,ସାଗର ପାଳ,ସନ୍ତୋଷ ସ୍ୱାଇଁ,ମିହିର ଖୁଂଟିଆ,ଗଂଗାଧର ମଳିକ,ଗଗନ ବିହାରୀ ରାଉତ,ଏକବାଲ ଖାଁନ,ସତୀଶ ଧୀର,କାର୍ତିକ ସାହୁ, ଦେବାଶିଷ ପରିଡା,ଅକ୍ଷୟ ବରାଳ, ଜିତେନ୍ଦ୍ର ପଣ୍ଡା ସୁବାଶିଷ ରାଉତ,ନାରାୟଣ ରାଉତ,ପ୍ରଶାନ୍ତ ଜେନା ସମେତ ଜିଲା କଂଗ୍ରେସର ବହୁ ନେତୃ ମଣ୍ଡଳୀ ଓ ଆଗ ଧାଡିର କର୍ମୀ ଯୋଗ ଦେଇ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ