ଧର୍ମଶାଳାରେ ସାହିତ୍ୟ ସ୍ରଷ୍ଟା ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ଜୟନ୍ତୀ ପାଳିତ
ଧର୍ମଶାଳା, ୧୧ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ହାଇସ୍କୁଲ ସ୍ଥିତି ଆମ ପାଠଗାର ପରିସରରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଗୋକର୍ଣ୍ଣିକା ସାହିତ୍ୟ ସମାଜ, ଜାରକାର ମିଳିତ ଆନୁକୁଲ୍ୟରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠ ଶିଶୁ ସାହିତ୍ୟ ସ୍ରଷ୍ଟା ଉତ୍କଳ ଚନ୍ଦ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପା
ଧର୍ମଶାଳାରେ ସାହିତ୍ୟ ସ୍ରଷ୍ଟା ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ଜୟନ୍ତୀ ପାଳିତ


ଧର୍ମଶାଳା, ୧୧ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ହାଇସ୍କୁଲ ସ୍ଥିତି ଆମ ପାଠଗାର ପରିସରରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଗୋକର୍ଣ୍ଣିକା ସାହିତ୍ୟ ସମାଜ, ଜାରକାର ମିଳିତ ଆନୁକୁଲ୍ୟରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠ ଶିଶୁ ସାହିତ୍ୟ ସ୍ରଷ୍ଟା ଉତ୍କଳ ଚନ୍ଦ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ୧୨୩ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟକ ଓ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟ ସ୍ରଷ୍ଟା ଓ ସ୍ତମ୍ଭକାର ଦାଶ ବେନ୍‌ହୁର ଯୋଗଦେଇ ବିଦଗ୍ଧ ସାହିତ୍ୟର ଆଦ୍ୟ ସ୍ପର୍ଶ ହେଉଛି ଶିଶୁ ସାହିତ୍ୟ । ଶିଶୁଙ୍କୁ ଅବହେଳା ନକରି ତା’ ଚୌହଦୀକୁ ଜାଣି ତା’ ଇଚ୍ଛାକୁ ସମ୍ମାନ ଦେବା ଉଚିତ । ଏବେ ସମସ୍ତେ ଶିଶୁ ସାହିତ୍ୟ ଲେଖିବାକୁ ଆଗ୍ରହ ପ୍ରକାଶ କରନ୍ତୁ ବୋଲି ପଣ୍ଡିତ ତ୍ରିପାଠୀଙ୍କ ଜୀବନାଦର୍ଶକୁ ଆଲୋଚନା କରି କହିଥିଲେ । ଅନୁଷ୍ଠାନର ସଭାପତି ଡ. ରମାକାନ୍ତ ଜେନାଙ୍କ ପୌରହିତ୍ୟରେ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମ୍ବୀ ସଚିବ ଡ. ଚନ୍ଦ୍ର ଶେଖର ହୋତା ଯୋଗଦେଇ ଶିଶୁ ମନସ୍ତତ୍ୱକୁ ଅଧ୍ୟୟନ କରି ଶିଶୁ ମନଲାଖି ସାହିତ୍ୟ ସୃଷ୍ଟି କଲେ ତାହା ହୃଦୟକୁ ଛୁଏଁ । ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ଗ୍ରନ୍ଥାବଳୀର ପୁନଃପ୍ରକାଶ ଏକାଡ଼େମୀ କରିବାକୁ ଉଦ୍ୟମ କରିଛି । ଏଥିପାଇଁ ସମସ୍ତ ତଥ୍ୟ ଗୋକର୍ଣ୍ଣିକା ସଂପାଦକ ଯୋଗାଇ ଦେଇଥିବା ସେ ସୂଚନା ଦେଇଥିଲେ । ମୁଖ୍ୟବକ୍ତା ଭାବେ ବାଗ୍ମୀ ରଜନୀକାନ୍ତ ପୃଷ୍ଟି ଯୋଗ ଦେଇ ପଣ୍ଡିତ ତ୍ରିପାଠୀଙ୍କ ଲେଖା ଓ ଜୀବନାଦର୍ଶ ସଂପର୍କରେ କହିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଚଳିତ ବର୍ଷ ପାଇଁ ଉପେନ୍ଦ୍ର ତ୍ରିପାଠୀ ଶିଶୁ ସାହିତ୍ୟ ପୁରସ୍କାର ପ୍ରାକ୍ତନ ଆର.ଡ଼ି.ସି. ତଥା ଶିଶୁ ସାହିତ୍ୟ ସ୍ରଷ୍ଟା ମହେନ୍ଦ୍ର କୁମାର ମଲ୍ଲିକଙ୍କୁ ପ୍ରଦାନ କରାଯାଇଥିବା ବେଳେ ଉପେନ୍ଦ୍ର ତ୍ରିପାଠୀ ଶିଶୁ ସାହିତ୍ୟ ସମ୍ମାନ ଶ୍ରୀମତୀ ସାରଥି ମହାପାତ୍ରକୁ ପ୍ରଦାନ କରାଯାଇଥିଲା । ଏଥିସହ ଗୋକର୍ଣ୍ଣିକା ସୁବକ୍ତା ସମ୍ମାନ ପ୍ରାଧ୍ୟାପକ ଶିବ ଚରଣ ମାଝୀ, ଗୋକର୍ଣ୍ଣିକା ଗଳ୍ପ ସମ୍ମାନ ଡକ୍ଟର ସଚ୍ଚିଦାନନ୍ଦ କର, ଗୋକର୍ଣ୍ଣିକା କବିତା ସମ୍ମାନ ସଚ୍ଚିଦାନନ୍ଦ ମିଶ୍ର, ଗୋକର୍ଣ୍ଣିକା ପାଠ ସମ୍ମାନ ସୁନାକର ସାହୁ, ଗୋକର୍ଣ୍ଣିକା ସଂଗଠନ ସମ୍ମାନ ଅଜୟ କୁମାର ବଳ, ଗୋକର୍ଣ୍ଣିକା ବ୍ୟଙ୍ଗ କବିତା ସମ୍ମାନ ବାଇଧର ମାଝୀଙ୍କୁ ପ୍ରଦାନ କରାଯାଇଥିଲା । ଉପସଭାପତି ସଂଗ୍ରାମ କେଶରୀ ଜେନା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କାର୍ଯ୍ୟକାରୀ ସଭାପତି ଡକ୍ଟର ରୁଦ୍ର ନାରାୟଣ ପୃଷ୍ଟି ସ୍ୱାଗତ ଭାଷଣ ଦେଇଥିଲେ । ସାଧାରଣ ସଂପାଦକ ଡକ୍ଟର ଇନ୍ଦୁପ୍ରଭା ସାମଲ ବିବରଣୀ ପ୍ରଦାନ କରିଥିବାବେଳେ ପତ୍ରିକା ସଂପାଦନା ମଣ୍ଡଳୀ ସଦସ୍ୟ ଡକ୍ଟର ତୁହିନାଂଶୁ ରଥ ଓ ଡକ୍ଟର ପୃଷ୍ଟି ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରତିକା ସଂପାଦନା ମଣ୍ଡଳୀ ସଦସ୍ୟ ମହେଶ୍ୱର ପାଢ଼ୀ ସମ୍ବର୍ଦ୍ଧନା ପର୍ବର ସଂଯୋଜନା କରିଥିବାବେଳେ ସଂଗଠନ ସଂପାଦକ ପ୍ରତାପ ରୁଦ୍ର ପଣ୍ଡା, କାର୍ଯ୍ୟକାରୀ କମିଟି ସଦସ୍ୟା ରଂଜିତା ବାରିକ, ସଦସ୍ୟ ବ୍ରଜରାଜ ତ୍ରିପାଠୀ, ଅଜୟ କୁମାର ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁଷ୍ଟାନର ଅତ୍ୟତମ ଉପସଭାପତି ହୃଷିକେଶ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande