କଫି ବଗିଚା ପରିଦର୍ଶନ କଲେ ଜଳ ବିଭାଜିକା ନିର୍ଦ୍ଦେଶକ
କେନ୍ଦୁଝର, 14 ସେପ୍ଟେମ୍ବର (ହି.ସ.) ମୂତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଦିନିକିଆ କେନ୍ଦୁଝର ଗସ୍ତରେ ବିଭାଗ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ତଦାରଖ କରିବା ସହ ସମୀକ୍ଷା କରିଛନ୍ତି । ପ୍ରତି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଅବଧି ମ
କଫି ବଗିଚା ପରିଦର୍ଶନ କଲେ ଜଳ ବିଭାଜିକା ନିର୍ଦ୍ଦେଶକ


କେନ୍ଦୁଝର, 14 ସେପ୍ଟେମ୍ବର (ହି.ସ.)

ମୂତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଦିନିକିଆ କେନ୍ଦୁଝର ଗସ୍ତରେ ବିଭାଗ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ତଦାରଖ କରିବା ସହ ସମୀକ୍ଷା କରିଛନ୍ତି । ପ୍ରତି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଥମେ ଘଟଗାଁ ବ୍ଲକ ଗସ୍ତରେ ଯାଇ ପିପିଳିଆ ଠାରେ କରାଯାଇଥିବା କାଜୁ ବଗିଚା ପରିଦର୍ଶନ କରିଥିଲେ । ୧୦ ହେକ୍ଟର ଜମିରେ ଲାଗିଥିବା କାଜୁ ଗଛ ସଠିକ୍ ରୂପେ ତଦାରଖ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ହିତାଧିକାରୀମାନଙ୍କ ସହ ଆଲୋଚନା କରି ସଠିକ୍ ଭାବେ ରକ୍ଷଣାବେକ୍ଷଣ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଘଟଗାଁ ବ୍ଳକ ରୁଟିଶିଳା ଗ୍ରାମରେ ଓମ୍ବାଡସି ଅନୁଦାନରେ କରାଯାଇଥିବା କ୍ଷେତ ପୋଖରୀ ବୁଲି ଦେଖିଥିଲେ । ଏହାପରେ ବାଂଶପାଳ ବ୍ଲକ ଗୋନାସିକା ପଂଚାୟତ ଅନ୍ତର୍ଗତ ତଳ ବୈତରଣୀ ଗ୍ରାମରେ ହୋଇଥିବା କଫି ନର୍ସରୀ ବୁଲି ଦେଖିବା ସହ ପଦ୍ମଶ୍ରୀ ଦୈତାରୀ ନାଏକ ଙ୍କ ସହ ଆଲୋଚନା କରିଥିଲେ । ତତପରେ ତରମାକାନ୍ତ ଗ୍ରାମ ପଂଚାୟତ ଜଳଡିହା ଗ୍ରାମରେ ୮ହେକ୍ଟର ଜମିରେ କରାଯାଇଥିବା କଫି ବଗିଚାକୁ ବୁଲି ଦେଖିବା ସହ ହିତାଧିକାରୀମାନଙ୍କ ସହ ଆଲୋଚନା କରି କଫି ଚାଷ କରି ପରିବେଶ ସୁରକ୍ଷା ସହ ଲାଭବାନ ହୋଇପାରିବେ ବୋଲି କହିଥିଲେ । ଜଳଡିହା ଗ୍ରାମରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମରେ ବୃକ୍ଷରୋରଣ କରିଥିଲେ । ବାଂଶପାଳ ବ୍ଲକର ପାହାଡିଆ ଅଂଚଳ ସମୁଦ୍ର ପତନ ଠାରୁ ୬୦୦ମିଟର ଉଚ୍ଚତାରେ ଥିବାରୁ କଫି ଚାଷ ପାଇଁ ଅନୁକୂଳ । ଥଣ୍ଡା ଜଳବାୟୁ ସହିତ ଭଲ ବର୍ଷା କଫି ଚାଷକୁ ସୁହାଇବ । ବାଂଶପାଳ ବ୍ଲକର ଥଣ୍ଡା ଜଳବାୟୁ ସହିତ ସର୍ବାଧିକ ବର୍ଷା ଏହି ଅଂଚଳରେ ହେଉଥିବାରୁ ଆସନ୍ତା ବର୍ଷ ଅଧିକ ଅଂଚଳରେ କଫି ଚାଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶ୍ୱସ୍ତରରେ କଫିର ଚାହିଦା ରହୁଥିବାରୁ ବାଂଶପାଳ ରେ ଜୈବିକ ପଦ୍ଧତିରେ କଫି ଚାଷ କରି ସ୍ଥାନୀୟ ଆଦିବାସୀଙ୍କୁ କର୍ମନିଯୁକ୍ତି ସୃଷ୍ଟି କରାଯାଇ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି କରାଯାଇପାରିବ ବୋଲି କହିଥିଲେ । ଏହାପରେ ଚମ୍ପୁଆ ବ୍ଲକରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ ପୋଖରୀ,ନିର୍ମିତ ଟ୍ରେଞ୍ଚ ଏବଂ ପ୍ୟାଚ୍ ଟ୍ରିଟମେଂଟ ବୁଲି ଦେଖିଥିଲେ । ମୂତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି,ମୂତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବନମାଳୀ ପାତ୍ର,ପ୍ରଦୀପ କୁମାର ରାଉତ ପ୍ରମୁଖ ଗସ୍ତ ଓ ସମୀକ୍ଷା ସମୟରେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande