କେନ୍ଦୁଝର, 14 ସେପ୍ଟେମ୍ବର (ହି.ସ.)
କେନ୍ଦୁଝର ଜିଲ୍ଲା ର ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ତଥା ଦିଗ୍ ଦର୍ଶନ ରେ, ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀରେ ଲକ୍ଷ୍ୟ କେନ୍ଦୁଝର ଜିଲ୍ଲା ସ୍ତରୀୟ ଆଦି କର୍ମଯୋଗୀ ପରିଚୟ କାର୍ଯକ୍ରମ ସ୍ଥାନୀୟ ଆଇ. ଟି. ଡି. ଏ ପ୍ରକଳ୍ପ ପ୍ରଶାସକ ଶିବ ଶଙ୍କର ମିଶ୍ର ଙ୍କ ର ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ପରିଚୟ କାର୍ଯ୍ୟକ୍ରମ ରେ ବିଭିନ୍ନ ତଥା ମୁଖ୍ୟ ୭ ଟି ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଅଂଶ ଗ୍ରହଣ କରିବା ସହ କିପରି ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ନିମନ୍ତେ ସେବା, ସମର୍ପଣ ଓ ସଂକଳ୍ପ ଦ୍ଵାରା ଜନସାଧାରଣଙ୍କ ଜ୍ଞାନ, କୌଶଳ, ମନୋବୃତି ବୃଦ୍ଧି କରାଯାଇ ତୃଣମୂଳ ସ୍ତରରେ ସଫଳ ରୂପାୟନ କରାଯିବ ସେ ଦିଗରେ ମାନସ ମନ୍ଥନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କେନ୍ଦୁଝର ଜିଲ୍ଲା ର ରାଜ୍ୟ ସ୍ତରୀୟ ପ୍ରଶିକ୍ଷିତ ତାଲିମ୍ ଦାତା ଯଥା Addl EO,ACF,ADWO,DSWO,Medical Officer,CSO FES Representative ମାନେ ଉପସ୍ଥିତ ରହି ଏହି ଆଦି କର୍ମଯୋଗୀ ଯୋଜନା ବିଷୟ ରେ ବିଶଦ ଭାବରେ ତୃଣମୂଳ ସ୍ଥର ରେ ସଫଳ ରୂପାୟନ ଏବଂ ସେଥିରେ ବିଭାଗୀୟ ଅଧିକାରୀ ମାନଙ୍କ ଭୂମିକା ବିଷୟ ରେ ଆଲୋଚନା କରିଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ର ତିନି- ଦିବସୀୟ ଆବାସିକ କର୍ମଶାଳା ଆସନ୍ତା ୧୧.୯.୨୫ ରୁ ଆରମ୍ଭ ହୋଇ ୧୩.୯.୨୫ ରିଖ ରେ ଉଦ୍ ଯାପିତ ହେବ।ସ୍ଥାନ - ପୌର କଲ୍ୟାଣ ମଣ୍ଡପ କେନ୍ଦୁଝର
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA