ଉତ୍କଳ ପୋର୍ଟ ଆଣ୍ଡ ଡକ୍ ୱାର୍କରସ୍ ୟୁନିୟନ ଓ ପାରାଦ୍ୱୀପ ପୋର୍ଟ ଆଣ୍ଡ ଡକ୍ ଲେବର ୟୁନିୟନର ସଭାପତି ହେଲେ ଉମାକାନ୍ତ ପଟ୍ଟନାୟକ
ଭୁବନେଶ୍ୱର, 14 ସେପ୍ଟେମ୍ବର (ହି.ସ.) ପାରାଦ୍ବୀପ ପାରାଦ୍ଵୀପ ବନ୍ଦରର ପୁରାତନ ଶ୍ରମିକ ସଂଗଠନ ଉତ୍କଳ ପୋର୍ଟ ଆଣ୍ଡ ତକ୍ ଓ୍ବାର୍କରସ୍ ୟୁନିୟନ ଓ ପାରାଦୀପ ପୋର୍ଟ ଆଣ୍ଡ ତକ୍ ଲେବର ୟୁନିୟନର ସଭାପତି ନୂତନ କର୍ମକର୍ତା ଚୟନ/ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ଯୁବ ସଭାପତି ତଥା ବର୍ତମାନ
ଉତ୍କଳ ପୋର୍ଟ ଆଣ୍ଡ ଡକ୍ ୱାର୍କରସ୍ ୟୁନିୟନ ଓ ପାରାଦ୍ୱୀପ ପୋର୍ଟ ଆଣ୍ଡ ଡକ୍ ଲେବର ୟୁନିୟନର ସଭାପତି ହେଲେ ଉମାକାନ୍ତ ପଟ୍ଟନାୟକ


ଭୁବନେଶ୍ୱର, 14 ସେପ୍ଟେମ୍ବର (ହି.ସ.) ପାରାଦ୍ବୀପ ପାରାଦ୍ଵୀପ ବନ୍ଦରର ପୁରାତନ ଶ୍ରମିକ ସଂଗଠନ ଉତ୍କଳ ପୋର୍ଟ ଆଣ୍ଡ ତକ୍ ଓ୍ବାର୍କରସ୍ ୟୁନିୟନ ଓ ପାରାଦୀପ ପୋର୍ଟ ଆଣ୍ଡ ତକ୍ ଲେବର ୟୁନିୟନର ସଭାପତି ନୂତନ କର୍ମକର୍ତା ଚୟନ/ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ଯୁବ ସଭାପତି ତଥା ବର୍ତମାନର ଭା.ଜ.ପା.ର ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ସଭାପତି ଭାବେ ଦାୟିତ୍ବ ନେଇଛନ୍ତି ।

ପୂର୍ବତନ ସାଂସଦ ଓ ସର୍ବଭାରତୀୟ ଶ୍ରମିକ ନେତା ପ୍ରଭାତ ସାମନ୍ତରାୟ ଏହି ୟୁନିୟନର ସଭାପତି ଥିଲେ । ତାଙ୍କର ଦେହାନ୍ତ ପରେ ଶ୍ରୀ ପଟ୍ଟନାୟକ ଏହାର ସଭାପତି ହୋଇଛନ୍ତି ।

ଉପରୋକ୍ତ ଦୁଇଗୋଟି ଶ୍ରମିକ ସଂଗଠନର ସାଧାରଣ ସଂପାଦକ ଭାବେ ବିଭୁଧେନ୍ଦ୍ର ନାରାୟଣ ମହାରଣା ଓ ସାଥିକ ସାମନ୍ତରାୟ କାର୍ଯ୍ୟ କରିବେ । ସର୍ବସମ୍ମତ କ୍ରମେ ସର୍ବଶ୍ରୀ ବସନ୍ତ ନାୟକ, ଆଡଭୋକେଟ୍ ସଂଜିତ ଦାସ, ବନ୍ଦର କର୍ମଚାରୀ ଅଶୋକ କୁମାର ସାମ, ଧୁନଚନ୍ଦ୍ର ତରାଇ ଉପ ସଭାପତି ଭାବେ ଦାୟିତ୍ବରେ ରହି କାର୍ଯ୍ୟ କରିବେ । ଶ୍ରୀ ଉମାକାନ୍ତ ପଟ୍ଟନାୟକ ଉପରୋକ୍ତ ଦୁଇଗୋଟି ଶ୍ରମିକ ସଂଗଠନର ଦାୟିତ୍ବ ନେଇଥିବାରୁ ସମସ୍ତ କର୍ମକର୍ତା ଓ ସଭ୍ୟ/ସଭ୍ୟମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande