ଗ୍ୱୌହ୍ୱାଟୀ, 14 ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ରବିବାର ଦିନ ଆସମରେ 18,530 କୋଟିରୁ ଅଧିକ ଭିତ୍ତିଭୂମି ଓ ଶିଳ୍ପ ବିକାଶ ପ୍ରକଳ୍ପଗୁଡ଼ିକର
ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦରାଙ୍ଗ ମେଡିକାଲ୍ କଲେଜ୍ ଏବଂ
ହସ୍ପିଟାଲ୍, ଜି.ଏନ୍.ଏମ୍
ସ୍କୁଲ୍ ଓ ବି.ଏସ୍.ସି. ନର୍ସିଙ୍ଗ୍ କଲେଜ୍ ଅନ୍ତର୍ଭୁକ୍ତ ଅଛି।
ପ୍ରଧାନମନ୍ତ୍ରୀ ଏହି
ଅବସରରେ ସ୍ୱଚ୍ଛ ଉର୍ଜାକୁ ପ୍ରୋତ୍ସାହନ ଦେବା ଓ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରତା କମାଇବା
ଲକ୍ଷ୍ୟରେ,
ନୁମାଲୀଗଡ଼ ରିଫାଇନେରୀ ଲିମିଟେଡ୍ରେ ଏକ ଆସମ ବାୟୋଇଥେନଲ୍ ପ୍ଲାଣ୍ଟର ଉଦ୍ଘାଟନ କରିବେ। ଏଥିରେ ଏକ
ପଲିପ୍ରୋପିଲିନ୍ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖିବେ।
ରାଜଧାନୀ ଗ୍ୱୌହାଟିରେ ଯାତାୟାତ
ସୁବିଧା ବଢ଼ାଇବା ପାଇଁ ଗ୍ୱୌହାଟି ରିଙ୍ଗ୍ ରୋଡ୍ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ଏହାସହିତ
ବ୍ରହ୍ମପୁତ୍ର ନଦୀ ଉପରେ କୁରୁଆ-ନାରେଙ୍ଗୀ ସେତୁର ମଧ୍ୟ ଶିଳାନ୍ୟାସ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା