ନୂଆଦିଲ୍ଲୀ, ୧୪ ସେପ୍ଟେମ୍ବର (ହି.ସ.)- ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ଅମିତ ଖାରେଙ୍କୁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କ ସଚିବ ଭାବରେ ନିଯୁକ୍ତି କରାଯାଇଛି । କ୍ୟାବିନେଟ ନିଯୁକ୍ତି କମିଟି ଏ ସମ୍ପର୍କରେ ଅନୁମୋଦନ ଦେଇଛି । ଶନିବାର କାର୍ମିକ ଏବଂ ତାଲିମ ବିଭାଗ ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁଯାୟୀ ୧୯୮୫ ବ୍ୟାଚ ଝାଡ଼ଖଣ୍ଡ କ୍ୟାଡ଼ର ଅଧିକାରୀ ଖାରେଙ୍କୁ ଚୁକ୍ତିଭିତିକ ଆଧାରରେ ସଚିବ ପଦବୀ ଏବଂ ଦରମା ସ୍କେଲରେ ନିଯୁକ୍ତ କରାଯାଇଛି । ଦାୟିତ୍ୱ ଗ୍ରହଣ କରିବା ତାରିଖରୁ ଆଗାମୀ ତିନି ବର୍ଷ ପାଇଁ ସେ ଏହି ଦାୟିତ୍ୱ ନିର୍ବାହ କରିବେ । ଖାରେ ୧୨ ଅକ୍ଟୋବର, ୨୦୨୧ ଠାରୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସାମାଜିକ କ୍ଷେତ୍ରର ସହ ଜଡ଼ିତ ବିଷୟଗୁଡ଼ିକ ଦେଖାଉଥିଲେ । ତାଙ୍କର ଦୀର୍ଘ ପ୍ରଶାସନିକ କ୍ୟାରିୟର ମଧ୍ୟରେ ସେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ