ଜୟପୁର, ୧୪ ସେପ୍ଟେମ୍ବର(ହି.ସ.) – ଜୟପୁରର ଶିବଦାସପୁରା ଥାନା ଅଂଚଳରେ ପ୍ରହଲାଦପୁରା ପାଖରେ ରିଂରୋଡ଼ରୁ ତଳେ ପାଣିଭର୍ତି ନାଳରେ ଏକ କାର୍ ପଡ଼ିଯାଇଛି। ଦୁର୍ଘଟଣାରେ କାର୍ରେ ସବାର ଥିବା ସାତଜଣଙ୍କ ମୃତ୍ୟୁ ହୋଇଛି। କାର୍ରେ ସବାର ସମସ୍ତ ଲୋକ ହରିଦ୍ୱାରରୁ ଫେରୁଥିଲେ।
ପୋଲିସ୍ ଅନୁଯାୟୀ ରବିବାର ଦ୍ୱିପହର ପ୍ରାୟ ୧୨ଟାରେ ଜଣେ ଯୁବକ ନାଳ ପାଣିରେ କାର୍ ବୁଡ଼ିଥିବା ଦେଖି ପୋଲିସ୍କୁ ସୂଚନା ଦେଇଥିଲେ। ଏହା ଉପରେ ଡିସିପି ସାଉଥ ରାଜର୍ଷି ରାଜ ବର୍ମା ସହିତ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଂଚିଥିଲେ। କାର୍କୁ ନାଳରୁ ବାହାର କରି ଶବଗୁଡ଼ିକୁ ମୋର୍ଚ୍ଚରୀରେ ରଖାଇଥିଲେ। ପ୍ରାରମ୍ଭିକ ଯାଂଚରେ ଆଗକୁ ଆସିଥିଲା ଯେ କାର୍ ରିଂରୋଡ଼ରେ ଅନିୟନ୍ତ୍ରିତ ହେବାପରେ ଷୋଳ ଫୁଟ୍ ତଳେ ଅଣ୍ଡରପାସ୍ରେ ପାଣିଭର୍ତି ନାଳରେ ପଡ଼ିଯାଇଥିଲା।
ଶିବଦାସପୁରା ଥାନାଧିକାରୀ ସୁରେନ୍ଦ୍ର କୁମାର ସୈନି କହିଛନ୍ତି ଯେ ଫୁଲିୟାବାସ କେକଡ଼ି ଏବଂ ଜୟପୁରର ବାଟିକା ନିବାସୀ କାଲୁରାମଙ୍କ ପିତାଙ୍କ ମୃତ୍ୟୁ ହେବାପରେ ଦୁଇ ପରିବାରର ସାତ ଲୋକ ହରିଦ୍ୱାର ଯାଇଥିଲେ। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ଲୋକ ହରିଦ୍ୱାରରେ ଅସ୍ଥି ବିସର୍ଜନ କରି ଘର ଫେରୁଥିଲେ। ମୃତକଙ୍କ ମଧ୍ୟରେ ରାମରାଜ ବୈଷ୍ଣବ, ପତ୍ନୀ ମଧୁ ଏବଂ ପୁଅ ରୁଦ୍ର ତଥା ସମ୍ପର୍କିୟ କାଳୁରାମ, ତାଙ୍କ ପତ୍ନୀ ସୀମା ଏବଂ ପୁଅ ରୋହିତ ଏବଂ ଗଜରାଜ ନାମକ ବ୍ୟକ୍ତି ଥିଲେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି