ଗାନ୍ଧୀନଗର, ୧୪ ସେପ୍ଟେମ୍ବର(ହି.ସ.) – କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସମସ୍ତ ନାଗରିକ ନିଜ ମାତୃଭାଷାକୁ ମହତ୍ୱ ଦିଅନ୍ତୁ ଏବଂ ରାଜଭାଷାକୁ ସହଯୋଗ ପ୍ରଦାନ କରନ୍ତୁ। ସେ କହିଛନ୍ତି ଯେ ହିନ୍ଦୀ ଅନ୍ୟ ଭାରତୀୟ ଭାଷାର ପ୍ରତିଦ୍ୱନ୍ଦ୍ୱୀ ନୁହେଁ, କିନ୍ତୁ ମିତ୍ର ଅଟେ। କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ ରବିବାର ଦିନ ଗାନ୍ଧୀନଗରର ମହତ୍ମା ମନ୍ଦିରରେ ହିନ୍ଦୀ ଦିବସ- ୨୦୨୫ ଏବଂ ପଂଚମ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀର ଉଦ୍ଘାଟନ ସମାରୋହକୁ ସମ୍ବୋଧିତ କରୁଥିଲେ।
ସମାରୋହର ଶୁଭାରମ୍ଭରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ନିଜ ଅଧ୍ୟକ୍ଷୀୟ ସମ୍ବୋଧନରେ ହିନ୍ଦୀ ଭାଷାପ୍ରେମୀମାନଙ୍କ ସ୍ୱାଗତ କରି କହିଛନ୍ତି ଯେ, ହିନ୍ଦୀ ଅନ୍ୟ ଭାରତୀୟ ଭାଷାର ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ମାତ୍ର ମିତ୍ର ଅଟନ୍ତି। ପ୍ରଥମେ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହୋଇଥିଲା। ଏଥିରେ କିଛି ପରିବର୍ତନ କରାଯାଇଛି ଏବଂ ଗତ ପାଂଚବର୍ଷ ହେଲା ଏହି କାର୍ଯ୍ୟକ୍ରମ ଦେଶର ବିଭିନ୍ନ ଅଂଚଳରେ ଆୟୋଜିତ କରାଯାଉଛି। ପରିଣାମସ୍ୱରୂପ ଆମେ ରାଜଭାଷା ଏବଂ ଦେଶର ସମସ୍ତ ଭାଷା ମଧ୍ୟରେ ସମ୍ବାଦ ବଢ଼ାଇବାର ସମୟ ପ୍ରାପ୍ତ ହୋଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି