ଆସାମରେ ୫.୮ ତୀବ୍ରତାର ଭୂକମ୍ପ ପରେ ଦୁଇ ଅନ୍ୟ କମ୍ ତୀବ୍ରତାର ଭୂକମ୍ପ
ଗ୍ୱୋହାଟୀ, ୧୪ ସେପ୍ଟେମ୍ବର(ହି.ସ.) – ଆସାମର ଶୋଣିତପୁର ଜିଲ୍ଲା ଅନ୍ତର୍ଗତ ଢେକୀୟାଜୁଲିରେ ରବିବାର ଦ୍ୱିପହର ପରେ ୪.୪୧ ମିନିଟ୍ ପାଖାପାଖି ଆସିଥିବା ଭୂକମ୍ପର ତୀବ୍ର ଝଟ୍‌କାରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ମାହୋଲ ଉତ୍ପନ୍ନ ହୋଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଭୂକମ୍ପର ତୀବ୍ରତା ୫.୮ କୁହାଯାଇଛି।
ଆସାମରେ ୫.୮ ତୀବ୍ରତାର ଭୂକମ୍ପ ପରେ ଦୁଇ ଅନ୍ୟ କମ୍ ତୀବ୍ରତାର ଭୂକମ୍ପ


ଗ୍ୱୋହାଟୀ, ୧୪ ସେପ୍ଟେମ୍ବର(ହି.ସ.) – ଆସାମର ଶୋଣିତପୁର ଜିଲ୍ଲା ଅନ୍ତର୍ଗତ ଢେକୀୟାଜୁଲିରେ ରବିବାର ଦ୍ୱିପହର ପରେ ୪.୪୧ ମିନିଟ୍ ପାଖାପାଖି ଆସିଥିବା ଭୂକମ୍ପର ତୀବ୍ର ଝଟ୍‌କାରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ମାହୋଲ ଉତ୍ପନ୍ନ ହୋଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଭୂକମ୍ପର ତୀବ୍ରତା ୫.୮ କୁହାଯାଇଛି। ଶେଷ ସୂଚନା ମିଳିବା ପର୍ଯ୍ୟନ୍ତ ଭୂକମ୍ପରେ କୌଣସି ପ୍ରକାର କ୍ଷୟକ୍ଷତି ଜଣାପଡ଼ିନାହିଁ।

ଭୂକମ୍ପର କେନ୍ଦ୍ର ଶୋଣିତପୁର ଜିଲ୍ଲାର ଢ଼େକିୟାଜୁଲିରୁ ୧୫ କି.ମି. ଦୂର ଜମି ଭିତରେ ୫ କିଲୋମିଟର ତଳେ ଥିଲା। ଭୂକମ୍ପର ଏପିକ ସେଂଟର ୨୬.୭୮ ଉତର ଅକ୍ଷାଂଶ ତଥା ୯୩.୩୩ ପୂର୍ବ ଦେଶାନ୍ତରରେ ଥିଲା। ଭୂକମ୍ପର ପ୍ରଭାବ ପୂର୍ବୋତରର ଅନ୍ୟ ରାଜ୍ୟ ସହିତ ପଡ଼ୋଶୀ ଦେଶ ବଙ୍ଗଳାଦେଶ, ମ୍ୟାଂମାର, ଭୂଟାନ ଏବଂ ଚୀନ୍ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande