ଭୂପେନ ହଜାରିକାଙ୍କ ଅପମାନ ଆସାମ ପାଇଁ ମଧ୍ୟ ଅପମାନ, ୧୯୬୨ର କ୍ଷତ ଏବେ ବି ତାଜା: ପ୍ରଧାନମନ୍ତ୍ରୀ ମୋଦି
ଦରାଙ୍ଗ, ୧୪ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କଂଗ୍ରେସ ନେତୃତ୍ୱ ଏବଂ ନେହେରୁଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଭୂପେନ ହଜାରିକାଙ୍କ ଅପମାନ ଏବଂ ୧୯୬୨ରେ ଆସାମର କ୍ଷତ ଏବେ ବି ତାଜା ରହିଛି । ସେ କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ କହିଥିଲେ ଯେ, ମୋଦି ନୃତ୍ୟଶିଳ୍ପୀ ଏବ
ଭୂପେନ ହଜାରିକାଙ୍କ ଅପମାନ ଆସାମ ପାଇଁ ମଧ୍ୟ ଅପମାନ, ୧୯୬୨ର କ୍ଷତ ଏବେ ବି ତାଜା: ପ୍ରଧାନମନ୍ତ୍ରୀ ମୋଦି


ଦରାଙ୍ଗ, ୧୪ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କଂଗ୍ରେସ ନେତୃତ୍ୱ ଏବଂ ନେହେରୁଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଭୂପେନ ହଜାରିକାଙ୍କ ଅପମାନ ଏବଂ ୧୯୬୨ରେ ଆସାମର କ୍ଷତ ଏବେ ବି ତାଜା ରହିଛି । ସେ କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ କହିଥିଲେ ଯେ, ମୋଦି ନୃତ୍ୟଶିଳ୍ପୀ ଏବଂ ଗାୟକମାନଙ୍କୁ ଭାରତ ରତ୍ନ ଦେଉଛନ୍ତି ।

ପ୍ରଧାନମନ୍ତ୍ରୀ ଆସାମର ଦରାଙ୍ଗ ଜିଲ୍ଲାର ମଙ୍ଗଳଦୋଇରେ ସ୍ୱାସ୍ଥ୍ୟ ଏବଂ ଭିତିଭୂମି କ୍ଷେତ୍ର ସହିତ ଜଡ଼ିତ ୬,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରି ସେ କଂଗ୍ରେସ ନେତୃତ୍ୱ ଉପରେ କଠୋର ଆକ୍ରମଣ କରିଥିଲେ । ମୋଦି କହିଛନ୍ତି ଯେ, କଂଗ୍ରେସ ଭାରତ ରତ୍ନରେ ସମ୍ମାନିତ ଆସାମର ଗୌରବ ଭୂପେନ ହଜାରିକାଙ୍କ ଅପମାନ କରିଛି ଏବଂ ୧୯୬୨ ମସିହାରେ ଭାରତ-ଚୀନ ଯୁଦ୍ଧ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଟିପ୍ପଣୀ ଯୋଗୁଁ ଆସାମବାସୀଙ୍କ କ୍ଷତ ଆଜି ମଧ୍ୟ ଶୁଖିନାହିଁ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ଭାରତ ସରକାର ଆସାମର ମହାନ ସୁପୁତ୍ର ଏବଂ ସଙ୍ଗୀତ ଜଗତର ପୁରୋଧା ଭୂପେନ ଦା ହଜାରିକା ଜୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଥିଲେ, ସେତେବେଳେ କଂଗ୍ରେସ ଦଳର ତତ୍କାଳୀନ ଅଧ୍ୟକ୍ଷ ଏକ ବିବୃତି ଦେଇଥିଲେ ଯେ, ମୋଦି ନୃତ୍ୟଶିଳ୍ପୀ ଏବଂ ଗାୟକମାନଙ୍କୁ ଭାରତ ରତ୍ନ ଦେଉଛନ୍ତି । ଏହି ବିବୃତି କେବଳ ମୋ ପାଇଁ ନୁହେଁ ବରଂ ଆସାମର ମାଟି ଏବଂ ଭାରତର ସଂସ୍କୃତି ପାଇଁ ମଧ୍ୟ ଏକ ଗଭୀର ଅପମାନ ।

ମୋଦି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗତକାଲି ତାଙ୍କୁ ଏହି ବିବୃତି କହିଥିଲେ ଏବଂ ଆଜି ସକାଳେ ଭିଡିଓ ଦେଖାଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଦେଖି ମୁଁ ଗଭୀର ଆଘାତ ପାଇଲି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande