ଜମ୍ମୁ, ୧୪ ସେପ୍ଟେମ୍ବର (ହି.ସ.)- ଖରାପ ପାଗ ଯୋଗୁଁ ୧୯ ଦିନର ବ୍ୟବଧାନ ପରେ ଆଜି ମାତା ବୈଷ୍ଣୋ ଦେବୀ ଯାତ୍ରା ଆରମ୍ଭ ହୋଇପାରିଲା ନାହିଁ ଏବଂ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଭବନ ଏବଂ ଟ୍ରାକ୍ ରେ ଲଗାତାର ବର୍ଷା ଯୋଗୁଁ ଯାତ୍ରା ବନ୍ଦ କରିବା ପରେ, ଶ୍ରାଇନ ବୋର୍ଡ ଭକ୍ତମାନଙ୍କୁ ସରକାରୀ ଯୋଗାଯୋଗ ମାଧ୍ୟମରେ ଅପଡେଟ୍ ରହିବାକୁ ଅନୁରୋଧ କରିଛି ।
ଅଗଷ୍ଟ ୨୬ ତାରିଖରେ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ଯାଉଥିବା ସମୟରେ ଅର୍ଦ୍ଧକୁମ୍ଭାରୀର ଇନ୍ଦ୍ରପ୍ରସ୍ଥ ଭୋଜନାଳୟ ନିକଟରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ଅତି କମ୍ ରେ ୩୪ ଜଣ ଲୋକ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରେ ଅଧିକାଂଶ ତୀର୍ଥଯାତ୍ରୀ ଥିଲେ ଏବଂ ଅନେକ ଆହତ ହୋଇଥିଲେ । ମାତା ବୈଷ୍ଣୋ ଦେବୀ ଶ୍ରାଇନ ବୋର୍ଡର ଅଧ୍ୟକ୍ଷ ଜମ୍ମୁ ଏବଂ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଅଗଷ୍ଟ ୨୬ ତାରିଖରେ ଭୂସ୍ଖଳନର କାରଣ ସମ୍ପର୍କରେ ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି । ଏହି କମିଟିର ଅଧ୍ୟକ୍ଷତା କରୁଛନ୍ତି ବିଭାଗୀୟ ଜଳଶକ୍ତିର ଅତିରିକ୍ତ ମୁଖ୍ୟ ସଚିବ ଶଲୀନ କବ୍ରା, ଯେଉଁଥିରେ ଡିଭିଜିନାଲ କମିଶନର ଏବଂ ଜମ୍ମୁର ପୋଲିସ ମହାନିରୀକ୍ଷକ ମଧ୍ୟ ସାମିଲ୍ ଅଛନ୍ତି । ଏହି କମିଟି ତଦନ୍ତ ପରେ ଉପରାଜ୍ୟପାଳ ଶ୍ରୀ ସିହ୍ନାଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ