ଭୁବନେଶ୍ୱର, 14 ସେପ୍ଟେମ୍ବର (ହି.ସ.)- ସମ୍ବଲପୁରରେ
ସ୍ଵଚ୍ଛତା ହିଁ ସେବା- ୨୦୨୫ କାର୍ଯକ୍ରମର ଶୁଭାରମ୍ଭ। ସ୍ୱଚ୍ଛ ସବୁଜ ସୁନ୍ଦର ସମ୍ବଲପୁର ଗଢ଼ିବା
ପାଇଁ ସମ୍ବଲପୁର ମହାନଗର ନିଗମର ନୂଆ ଉଦ୍ୟମ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି କେବଳ ଦାୟିତ୍ଵରେ ଥିବା ଲୋକେ
ସ୍ୱଚ୍ଛତା ରଖିଲେ ହେବନି ସମ୍ବଲପୁର ଲୋକଙ୍କୁ ସ୍ୱଚ୍ଛତାରେ ସଂସ୍କାର ଆଣିବାକୁ ପଡ଼ିବ। ସବୁ
ପର୍ବ ଯେମିତି ଆମେ ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି ସେଇ ଭଳି ଭାବେ ଆମକୁ ସହରକୁ ସ୍ୱଚ୍ଛ
କରିବାକୁ ପଡ଼ିବ। ପ୍ରଥମରୁ ୨୫ ସହର ଭିତରେ ସମ୍ବଲପୁର କୁ ଆଣିବାକୁ ପଡ଼ିବ। ପ୍ରଶାସନ ସହ
ଲୋକଙ୍କୁ ମଧ୍ୟ ସ୍ୱଚ୍ଛତା ଆଣିବାକୁ ପଡ଼ିବ। ଏହି କାର୍ଯ୍ୟକ୍ରମ ଅବସରରେ ସ୍ୱଚ୍ଛ ସାଥୀ ଓ କିଛି
ୱାର୍ଡରେ ସଫେଇରେ ସହଯୋଗ କରୁଥିବା ବ୍ୟକ୍ତି ମାନଙ୍କୁ ସ୍ୱଚ୍ଛତା ଦିଗରେ କାର୍ଯ୍ୟ କରିବା ପାଇଁ
ସ୍ୱଚ୍ଛତା କୀଟ ବଣ୍ଟନ ସହ ସମ୍ମାନିତ କରଯାଇଛି। ଏହା ସହ ସମ୍ବଲପୁର ବସୀଙ୍କୁ ସମ୍ବଲପୁରକୁ
ଆବର୍ଜନା ମୁକ୍ତ କରିବା ସହ ସ୍ୱଚ୍ଛ ରଖିବା ପାଇଁ ଶପଥ ପାଠ କରାଇଛନ୍ତି। କେବଳ ସେତିକି ନୁହେଁ
ସ୍ୱଚ୍ଛ ସମ୍ବଲପୁର ଗଡିବ ପାଇଁ ଦସ୍ତଖତ ଅଭିଯାନ ମଧ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରରେ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ
କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ରାଜ୍ୟ ପଂଚାୟତରାଜ ତଥା ପାନୀୟ ଜଳ ମନ୍ତ୍ରୀ ରବି
ନାରାୟଣ ନାୟକ, ପୋଲିସ ଆଇଜି,
ଏସପି ଓ ଜିଲ୍ଲାପାଳଙ୍କ ସହ ଅନ୍ୟ ଅତିଥି ବୃନ୍ଦ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା