ଫାର୍ମାସିଷ୍ଟଙ୍କ ଆନ୍ଦୋଳନ ସ୍ଥଗିତ; ପୂର୍ବ ପରି ଜାରି ରହିବ ନିରାମୟ ସେବା
ଫାର୍ମାଶିଷ୍ଟଙ୍କ ଆନ୍ଦୋଳନ ସ୍ଥଗିତ; ପୂର୍ବ ପରି ଜାରି ରହିବ ନିରାମୟ ସେବା
ଫାର୍ମାସିଷ୍ଟଙ୍କ ଆନ୍ଦୋଳନ ସ୍ଥଗିତ; ପୂର୍ବ ପରି ଜାରି ରହିବ ନିରାମୟ ସେବା


ବାରିପଦା, ୧୪ ସେପ୍ଟେମ୍ବର (ହି.ସ.)- ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଡାକ୍ତରଖାନାର ଅଧିନରେ ନିରାମୟରେ କାର୍ଯ୍ୟ କରୁଥିବା ଫାର୍ମାସୀ ଅଫିସରଙ୍କ ଆନ୍ଦୋଳନ ସ୍ଥଗିତ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ଆଲୋଚନା ପରେ ଏହାକୁ ସ୍ଥଗିତ ରଖି ପୂର୍ବ ପରି ସେବା ଜାରି ରଖିବେ ବୋଲି କହିଛନ୍ତି। ଜିଲ୍ଲା ସଂଘର ପ୍ରତିନିଧି ସହିତ ସଦର ଡାକ୍ତରଖାନାର ଫାର୍ମାସୀ ଅଫିସରଙ୍କ ସହିତ ମନ୍ତ୍ରୀଙ୍କ ବିସ୍ତୃତ ଆଲୋଚନା କରି ଫାର୍ମାସୀ ଅଫିସରଙ୍କ ବକେୟା ଦରମା ଆସନ୍ତା ସୋମବାର ଦିନ ଦେବା ଓ ବେଆଇନ ବଦଳିକୁ ଖୁବ ଶିଘ୍ର ବନ୍ଦ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ସାସ୍ଥ୍ୟ ସେବା ବ୍ୟାହାତ ନକରି କାର୍ଯ୍ୟରେ ଯୋଗଦେବାକୁ

ମନ୍ତ୍ରୀ ପରାମର୍ଶ ଦେଇଥିଲେ। ମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ସୋମବାର ଠାରୁ ଡାକରା ଦିଆଯାଇଥିବା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି।

ଅନ୍ୟ ଜିଲ୍ଲାରେ କୌଣସି ଫାର୍ମାସୀ ଅଫିସର ମାନଙ୍କୁ ବଦଳି କରାଯାଇ ନଥିଲେ ମଧ୍ୟ ମୟୁରଭଞ୍ଜ ଜିଲ୍ଲାରେ ୪ ଗୋଟି ପର୍ଯ୍ୟାୟରେ ୨୨ ଜଣଙ୍କୁ ବଦଳି କରିଥିଲେ। ଜିଲ୍ଲା ସଂଘ ପକ୍ଷରୁ ଏହି ବଦଳିକୁ ପ୍ରତିବାଦ କରାଯାଇଥିଲା ଏବଂ ଏସମ୍ପର୍କରେ ଜିଲ୍ଲାପାଳ ଏବଂ ମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିବା ପରେ ୨ ଜଣଙ୍କ ରିଲିଫ୍ ଆଦେଶ ନାମାକୁ ଗତ ଅଗଷ୍ଟ ୧୮ ତାରିଖରେ ରଦ୍ଧ କରାଯାଇଥିଲେ। ତେବେ ଅନ୍ୟ ବଦଳି ଆଦେଶ ଗୁଡିକ ଏପର୍ଯ୍ୟନ୍ତ ରଦ୍ଦ କରାଯାଇନାହିଁ। ଏହି ପରିପ୍ରେକ୍ଷୀରେ ବଦଳି ହୋଇଥିବା ସଦର ଡାକ୍ତରଖାନାର ୮ ଜଣ ଫାର୍ମାସୀ ଅଫିସର ମାନଙ୍କ ଅଢେଇ ମାସ ଧରି ମାସିକ ଦରମା ବନ୍ଦ ରଖାଯାଇଛି। ବେଆଇନ ବଦଳି ଆଦେଶ ଓ ୨ ମାସର ଦରମା ବନ୍ଦକୁ ପ୍ରତିବାଦ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande