ବଲାଙ୍ଗୀର, ୨୦ ସେପ୍ଟେମ୍ବର(ହି.ସ.) – ପୁଇଁତଲା ବ୍ଲକ ଅନ୍ତର୍ଗତ ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହିମୁଣ୍ଡା ଗତକାଲି ତା ୧୯ ସେପ୍େଟମ୍ବରରେ ତା’ର ୩୫ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଅନୁଷ୍ଠାନର ମୁଖ୍ୟ ଦୁର୍ଯ୍ୟୋଧନ ପ୍ରଧାନଙ୍କ ସଭାପତିତ୍ୱରେ ପ୍ରତିଷ୍ଠାତା ସଦସ୍ୟ ରମାରଞ୍ଜନ ପଧାନ, ଲୋକନାଥ ପ୍ରଧାନ, ରାମ ପ୍ରସାଦ ବିଶ୍ୱାଳ, ଛନ୍ଦା ଚରଣ ବିଶ୍ୱାଳ, ରାଜେନ୍ଦ୍ର ବିଶ୍ୱାଳ, ପୂର୍ବତନ କର୍ମଚାରୀ ଏବଂ ସ୍ଥାନୀୟ ସରପଂଚ ଶ୍ରୀମତୀ ରଞ୍ଜିତା ଭୋଇ ମଂଚାସୀନ ଥିଲେ। ଅତିଥିଗଣ ଅତୀତ ଗାଥାକୁ ସ୍ମୃତିଚାରଣ କରିବା ସହିତ ସାମ୍ପ୍ରତିକ ସ୍ଥିତିରେ ଶିକ୍ଷା ବ୍ୟବସ୍ଥାକୁ ନେଇ ମତବ୍ୟକ୍ତ କରିଥିଲେ। ପ୍ରତିଷ୍ଠାତା ସଦସ୍ୟ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଶଙ୍କର ପ୍ରସାଦ ବିଶ୍ୱାଳ ଅନୁଷ୍ଠାନରେ ବିଜ୍ଞାନ ବିଭାଗ ଖୋଲିବା ପାଇଁ ମତବ୍ୟକ୍ତ କରି ୫୦୦ ଟଙ୍କା ସହାୟତା ରାଶି ଭାବରେ ପ୍ରଦାନ କରିଥିଲେ। ଅଧ୍ୟାପକ ଡ. ଜଗନ୍ନାଥ ସାହୁ ସଭା ପରିଚାଳନା କରିଥିବା ବେଳେ ପି.ଜି. ଟି. ରାଜନୀତି ବିଜ୍ଞାନ ଶିକ୍ଷକ ସୁବ୍ରତ ସୁନା ଧନ୍ୟବାଦ୍ ଅର୍ପଣ କରିଥିଲେ। ‘ମା କେ ନାମ ଏକ ପେଡ’ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ କୃତି ହୋଇଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏ ଅବସରରେ ପୁରସ୍କୃତ କରାଯାଇଥିଲା। ସାମୂହିକ ଭୋଜନ ପରେ ସାଂସ୍କୃତିକ ବିଭାଗ ତରଫରୁ ପି.ଜି. ଟି. ଶିକ୍ଷୟତ୍ରୀ ରିଙ୍କି ସେଠ୍ଙ୍କ ତତ୍ୱାବଧାନରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସମସ୍ତ ଅଧ୍ୟାପକ, ଅଣ-ଅଧ୍ୟାପକ ତଥା ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ପ୍ରତିଷ୍ଠା ଦିବସଟି ସାଫଲ୍ୟ ମଣ୍ଡିତ ହେଲା।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ