ଭୁବନେଶ୍ୱର,୨୦ ସେପ୍ଟେମ୍ବର (ହି.ସ.) -ଅବକାରୀ ମାମଲାରେ ଗତ ୫ବର୍ଷ ମଧ୍ୟରେ ୨୧୨ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୨୦ ହଜାରରୁ ଅଧିକ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।
ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଗତ ୫ବର୍ଷ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ରୁଜୁ ହୋଇଥିବା ଅବକାରୀ ମାମଲାରେ ୨୧୨ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଦେବଗଡ ଜିଲ୍ଲାରେ ସର୍ବାଧିକ ୧୨୪ ଜଣ ଥିବାବେଳେ ବଲାଙ୍ଗିର ଜିଲ୍ଲାରେ ୪୪ଜଣ, ଅନୁଗୁଳରେ ୩୧ଜଣ, ଗଜପତିରେ ୧୦ଜଣ ଓ ବୌଦ୍ଦରେ ୩ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡିକରେ ଜଣେ ହେଲେ କେହି ଅବକାରୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି ।
ତେବେ ଏହି ସମୟ ମଧ୍ୟରେ ୨୦,୧୬୫ ଜଣ ଅବକାରୀ ମାମଲାରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଖଲାସଙ୍କ ମଧ୍ୟରେ ସର୍ବାଧିକ ୩୨୯୨ ଜଣ ବାଲେଶ୍ୱର ଜିଲ୍ଲାର ଥିବାବେଳେ ୨୨୩୨ ଜଣ ଢେଙ୍କନାଳରେ, ୨୧୯୮ଜଣ ଦେବଗଡରେ, ୧୯୬୭ଜଣ ବ୍ରହ୍ମପୁରରେ ୧୬୬୦ ଜଣ ଭଦ୍ରକରେ ଖଲାସ ହୋଇଛନ୍ତି । ସବୁଠାରୁ କମ ୧୨୯ଜଣ ଅନୁଗୁଳ ଜିଲ୍ଲାରେ ଖଲାସ ହୋଇଛନ୍ତି । ମନ୍ତ୍ରୀ ତାଙ୍କ ଉତରରେ କହିଛନ୍ତି ଯେ ନିଶାର ପ୍ରସାଦ ଯୋଗୁଁ ରାଜ୍ୟରେ ଅପରାଧ ଘଟୁଥିବାର ଖବର ଅବକାରୀ ବିଭାଗର ନଜରକୁ ଆସିନାହିଁ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା