ଭୁବନେଶ୍ୱର,୨୦ ସେପ୍ଟେମ୍ବର (ହି.ସ.) - ରାଜ୍ୟରେ ଗତ ଦେଢ ବର୍ଷ ମଧ୍ୟରେ ୭୦ଟି ଅଙ୍ଗନବାଡି କେନ୍ଦ୍ର ବଢିଛି । ବର୍ତମାନ ରାଜ୍ୟରେ ୭୪,୧୫୪ଟି ଅଙ୍ଗନବାଡି ଥିବାବେଳେ ଏଥିୋର ୪,୮୬,୬୮୫ ଜଣ ମହିଳା ଓ ୨୯,୧୪,୭୬୬ ଜଣ ଶିଶୁ ଉପକୃତ ହେଉଛନ୍ତି ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଶ୍ରୀମତୀ ପରିଡା ଦର୍ଶାଇଛନ୍ତି ଯେ ବର୍ତମାନ ସୁଦ୍ଧା ରାଜ୍ୟର ୨୧,୦୩୦ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବାବେଳେ ୩୧,୮୬୬ଟି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନାହିଁ । ସେହିଭଳି ୩୬,୯୯୨ କେନ୍ଦ୍ରର ପାଇଖାନା, ୨୧,୬୩୪ କେନ୍ଦ୍ରର ରୋଷଘର ନଥିବାବେଳେ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ କିନ୍ତୁ ପାନୀୟଜଳର ବ୍ୟବସ୍ଥା ରହିଥିବା ଉପମୁଖ୍ୟମନ୍ତ୍ରୀ ତାଙ୍କ ଉତରରେ ଉଲ୍ଲେଖ କରିଛନ୍ତି । ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ନିଜସ୍ୱ ଗୃହ, ବିଦ୍ୟୁତ ସଂଯୋଗ, ପାଇଖାନା ପାନୀୟଜଳ ଓ ରୋଷଘରର ସୁବିଧା ଯୋଗାଇଦେବାପାଇଁ ପର୍ଯ୍ୟାୟକ୍ରମେ ଅର୍ଥ ମଞ୍ଜୁର କରାଯାଇ ବିଭାଗ ପକ୍ଷରୁ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା