ବ୍ଲକ ସ୍ତରୀୟ ସ୍ୱଚ୍ଛତା ଓ ସେବାର ଏକ ଦିବସୀୟ ପରିଚାଳନା ତାଲିମି ଶିବିର
ଭଦ୍ରକ, ୨୦ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ସ୍ତରୀୟ ସ୍ୱଚ୍ଛତା ହିଁ ସେବା ଏବଂ ପରିମଳ ସମ୍ବନ୍ଧୀୟ ଏକ ଦିବସୀୟ ପରିଚାଳନା ତାଲିମ ଶିବିର ଶନିବାର ଦିନ ଧାମନଗର ପଂଚାୟତ ସମିତି ସମ୍ମିଳନୀ କକ୍ଷ ଅନୁଷ୍ଟିତ ହୋଇ ଯାଇଛି। ଆୟୋଜିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରି ସୁଶ
BLOCK LEVEL SWACHATA TALIM SIBIRA


ଭଦ୍ରକ, ୨୦ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ସ୍ତରୀୟ ସ୍ୱଚ୍ଛତା ହିଁ ସେବା ଏବଂ ପରିମଳ ସମ୍ବନ୍ଧୀୟ ଏକ ଦିବସୀୟ ପରିଚାଳନା ତାଲିମ ଶିବିର ଶନିବାର ଦିନ ଧାମନଗର ପଂଚାୟତ ସମିତି ସମ୍ମିଳନୀ କକ୍ଷ ଅନୁଷ୍ଟିତ ହୋଇ ଯାଇଛି। ଆୟୋଜିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରି ସୁଶ୍ରୀ ଶର୍ମିଷ୍ଠା ମଲିକ କାର୍ଯକ୍ରମ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ । ବିଡ଼ିଓ ବନବିହାରୀ ଦିନ୍ଧା ଙ୍କ ସଂଯୋଜନା ରେ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ ,ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା ,ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ,ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଟୁନି ବାଳା ବିଶ୍ୱାଳ,ସହକାରୀ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ହେମ୍ରମ, ପରିମଳ ବିଭାଗ ର ଯନ୍ତ୍ରୀ ଜସ୍ମିନୀ ଦାସ ପ୍ରମୁଖ ଯୋଗଦେଇ । ସ୍ୱଚ୍ଛତା ହିଁ ସେବା, ଯାହା ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି ଅଭିଯାନର ଲକ୍ଷ୍ୟ ହେଉଛି ପରିଷ୍କାର ପରିଚ୍ଛନ୍ନତାର ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଏଥିରେ ଜନସାଧାରଣଙ୍କ ସହଭାଗିତାକୁ ପ୍ରୋତ୍ସାହିତ କରିବା ଉଚିତ ବୋଲି ଅତିଥି ମାନେ କହିଥିଲେ।୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ବିଭିନ୍ନ ପଂଚାୟତରେ ସଫେଇ ଇତ୍ୟାଦି କରାଯିବ ବୋଲି ବିଡ଼ିଓ ସୂଚନା ଦେଇଥିଲେ। ଏଥିରେ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ସରପଂଚ ସମିତି ସଭ୍ୟ,ଯନ୍ତ୍ରୀ , ପିଇଓ ପ୍ରମୁଖ କାର୍ଯ୍ୟ କ୍ରମ ରେ ଅଂଶ ଗ୍ରହଣ କରିଥିଲେ । ବି ଆର ସି ଲକ୍ଷ୍ମୀଧର ରାଉଳ କାର୍ଯ୍ୟକ୍ରମ କୁ ସଞ୍ଚାଳନା କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande