ବଲାଙ୍ଗୀର, ୨୦ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକର ଚଉଦ ବର୍ଷରୁ କମ୍ ଓ ସତର ବର୍ଷରୁ କମ ବାଳକ, ବାଳିକାଙ୍କ ବିଦ୍ୟାଳୟ ସ୍ତରୀୟ ସ୍କୁଲ ସମୂହ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସାହୁଙ୍କ ସଭାପତିତ୍ୱ ଓ ବ୍ଲକ ସମ୍ପାଦିକା ଶ୍ରୀମତୀ ରଞ୍ଜିତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅଥିତି ଭାବରେ ବିପିନ ବିହାରୀ ସାହୁ ଯୋଗଦେବା ସହ ବ୍ଲକ୍ର ଚାରୋଟି ଜୋନ୍ର ଜୋନାଲ ସଭାପତି କେରମେଲୀର ପ୍ରଧାନ ଶିକ୍ଷକ ତଥା ଜୋନ୍ ସଭାପତି ସରୋଜ କୁମାର ମିଶ୍ର, କଁସର ଜୋନ୍ର ସଭାପତି ତଥା ପ୍ରଧାନ ଶିକ୍ଷକ ଘନଶ୍ୟାମ ଦଣ୍ଡସେନା, ଟିକ୍ରାପଡ଼ା ଜୋନ୍ର ସଭାପତି ତଥା ପ୍ରଧାନ ଶିକ୍ଷକ ଭୀମସେନ ଦେହେରୀ ସମ୍ମାନୀୟ ଅଥିତି ଭାବରେ ମଂଚାସୀନ ଥିବାସହ ଏମାନଙ୍କୁ ବ୍ଲକର ଖେଳ ଶିକ୍ଷକମାନଙ୍କ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତରଫରୁ ଜୋନ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସହଯୋଗ କରି ବହୁତ ସୁନ୍ଦର ଭାବରେ ସବୁ ଖେଳକୁ ପରିଚାଳନା କରୁଥିବାରୁ ସମ୍ମାନିତ କରାଯାଇଥିଲା ସଭାରେ ସମସ୍ତ ଅତିଥି ଖେଳର ମହତ ଓ ଉପକାରିତା ବିଷୟରେ ଖେଳାଳିମାନଙ୍କୁ ବୁଝାଇଥିଲେ, ବ୍ଲକ ପତାକା ଉତୋଳନ କରି ଖେଳକୁ ଆରମ୍ଭ କରିଥିଲେ, ଏହି ଖେଳରେ ଚାରୋଟି ଜୋନରୁ ୧୦୦ ଖେଳାଳି ଓ ୨୫ ଜଣ ଖେଳ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ। ଏଥିମଧ୍ୟରୁ ଅକ୍ଟୋବର ୧୫,୧୬,୧୭ ତାରିଖରେ ସଇଁତଲା ବ୍ଲକର ବେଲଗାଁରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଭାଗ ନେବାପାଇଁ ସବୁ ବିଭାଗରୁ ପଚିଶ ଜଣ ଖେଳାଳିଙ୍କୁ ଚୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ଲକର ସମସ୍ତ ଖେଳ ଶିକ୍ଷକ ଓ ଶିକ୍ଷୟତ୍ରୀ ପରିଚାଳନା କରିଥିବାବେଳେ ଘୁନସାର ବିଦ୍ୟାଳୟର ସମସ୍ତ ସହକର୍ମୀଙ୍କ ପରିଶ୍ରମ ଓ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ବ୍ଲକ ସମ୍ପାଦିକା ରଞ୍ଜିତା ମିଶ୍ର ସ୍ୱାଗତ କରିବାବେଳେ ସ୍ଥାନୀୟ ବିଦ୍ୟାଳୟର ସହକାରୀ ଶିକ୍ଷକ ରାଜେନ୍ଦ୍ର ବେରିଆ ସାର ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ