କେନ୍ଦୁଝର, ୨୦ ସେପ୍ଟେମ୍ବର (ହି.ସ.)- ପାଟଣା ବ୍ଲକ ଅନ୍ତର୍ଗତ ଡିଆନାଳୀ ସ୍ମିତ ଗାୟତ୍ରୀ କେନ୍ଦ୍ରୀୟ ଏକାଡେମୀରେ ଜ୍ଞାନ ବିଜ୍ଞାନ ମେଳା ଶୁକ୍ରବାର ଅନୁଷ୍ଠିତ ହୋଇହୋଇଛି। ଏକାଡେମୀର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ। ଏହି ମେଳାରେ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ବିଭାଗର ୫୦ଟି ପ୍ରକଳ୍ପ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଡିଆନାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଙ୍ଗଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଭୃତି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ବିଦ୍ୟାଳୟର ଅଧ୍ୟକ୍ଷା ରିତାରାଣୀ ବେହେରାଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ସଞ୍ଚାଳନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ଅତିଥ୍ ଭାବେ ପାଟଣା କଲେଜ ଅଧ୍ୟାପକ ମଦନ ମୋହନ ମହାନ୍ତି, ଏବଂ ସମ୍ମାନୀତ ଅତିଥି ଭାବେ ସି ଆର ସି ସି ପ୍ରମୋଦ କୁମାର ମହାନ୍ତି ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କର ସହଯୋଗ ନିମନ୍ତେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA