କେନ୍ଦୁଝରରେ ‘ବିକଶିତ ଭାରତ’ ପର୍ଯ୍ୟବେସିତ ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ
କେନ୍ଦୁଝର, ୨୦ ସେପ୍ଟେମ୍ବର (ହି.ସ.)- “ବିକଶିତ ଭାରତ କେ ରଙ୍ଗ, କଳା କେ ସାଙ୍ଗ” ଦେଶବ୍ୟାପୀ ଅଭିଯାନର ଅଂଶ ସ୍ୱରୂପ, ଆଜି କେନ୍ଦୁଝରର ଶଙ୍କରପୁର ଧରଣୀଧର କ୍ରୀଡ଼ା କମ୍ପ୍ଲେକ୍ସଠାରେ ଏକ ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ
କେନ୍ଦୁଝରରେ ‘ବିକଶିତ ଭାରତ’ ପର୍ଯ୍ୟବେସିତ ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ


କେନ୍ଦୁଝର, ୨୦ ସେପ୍ଟେମ୍ବର (ହି.ସ.)- “ବିକଶିତ ଭାରତ କେ ରଙ୍ଗ, କଳା କେ ସାଙ୍ଗ” ଦେଶବ୍ୟାପୀ ଅଭିଯାନର ଅଂଶ ସ୍ୱରୂପ, ଆଜି କେନ୍ଦୁଝରର ଶଙ୍କରପୁର ଧରଣୀଧର କ୍ରୀଡ଼ା କମ୍ପ୍ଲେକ୍ସଠାରେ ଏକ ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନକ୍ରମେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଦୃଷ୍ଟିକୋଣକୁ ପାଳନ କରିବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ବୃତ୍ତିଗତ କଳାକାର, ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟ ଏବଂ ବିଦ୍ୟାଳୟସ୍ତରୀୟ ଏହିପରିଭାବେ ତିନୋଟି ବର୍ଗର କଳାକାରମାନେ ଉତ୍ସାହଜନକ ଭାବରେ ଅଂଶଗ୍ରହଣ କରିଥିଲେ - ଅଂଶଗ୍ରହଣକାରୀମାନେ ସେମାନଙ୍କର କଳାକୃତି ମାଧ୍ୟମରେ ଭାରତର ପ୍ରଗତି, ଆକାଂକ୍ଷା ଏବଂ ସାଂସ୍କୃତିକ ସ୍ପନ୍ଦନକୁ ଉଜ୍ଜ୍ୱଳ ଭାବରେ ବିକଶିତ ଭାରତ ବିଷୟବସ୍ତୁକୁ ଚିତ୍ରଣ କରିଥିଲେ। ଯୁବ ଏବଂ ବୃତ୍ତିଗତ ପ୍ରତିଭାମାନେ ଏକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ ଭାରତର ଦୃଷ୍ଟିକୋଣ ପ୍ରକାଶ କରିବା ସହିତ ଏହି କାର୍ଯ୍ୟକ୍ରମ ସୃଜନଶୀଳତା ଏବଂ ଦେଶପ୍ରେମ ଉତ୍ସାହ ଦ୍ୱାରା ପୂର୍ଣ୍ଣ ହୋଇଥିଲା ।ବୃତ୍ତିଗତ ବର୍ଗରେ ମାନସ କୁମାର ଦାସ ପ୍ରଥମ, ସୁଧୀର କୁମାର ସ୍ୱାଇଁ ଦ୍ଵିତୀୟ ଓ ବିକାଶ ରଞ୍ଜନ ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟସ୍ତରରେ ସ୍ୱସ୍ତିକ କୁମାର ଦାଶ ପ୍ରଥମ, ରୁଦ୍ରନାରାୟଣ ରାଉତ ଦ୍ଵିତୀୟ ଓ ବିଶ୍ୱଜିତ ଝାଲିଆ ତୃତୀୟ ହୋଇଥିଲେ ସେହିପରି ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ଅନନ୍ୟା ବେହେରା ପ୍ରଥମ, ଆଦ୍ୟାଶା ପ୍ରିୟଦର୍ଶିନୀ ସାହୁ ଦ୍ଵିତୀୟ ଏବଂ ସାଇ ଓମପ୍ରକାଶ ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରତ୍ୟେକ ବର୍ଗର ବିଜେତାମାନେ ରାଜ୍ୟ ସ୍ତରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କେନ୍ଦୁଝରକୁ ପ୍ରତିନିଧିତ୍ୱ କରିବେ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାଏକ, କ୍ରୀଡ଼ା ପ୍ରଶିକ୍ଷକ ଶ୍ରୀ ଜିତେନ୍ଦ୍ର ମହାକୁଡ଼ଙ୍କ ସମେତ ଅନ୍ୟ ଜିଲ୍ଲା ପ୍ରଶାସନର ଅଧିକାରୀ, ଶିକ୍ଷକ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ସଜନାବତ୍ତୀ ମୁଖାର୍ଜୀ, ବିଜୟ କୁମାର ବେହେରା, ଅବନୀ କୁମାର ଦାସ ଓ ଦେବଦର୍ଶନ ଦାଶ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande