କେନ୍ଦୁଝର, 20 ସେପ୍ଟେମ୍ବର (ହି.ସ.) ରାଷ୍ଟ୍ରର ବିକାଶ ଓ ଅଖଣ୍ତତା ବଜାୟ ରଖିବା ସହ ନାଗରିକ ମାନଙ୍କର ଭୂମିକା ସମ୍ବନ୍ଧରେ ଏକ ବୁଦ୍ଧିଜିବୀ ସମ୍ମିଳନୀ କେନ୍ଦୁଝର ନଗର ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି।ବିଜେପିର ସେବାପକ୍ଷ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଦଳର ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ତଥା ଅନ୍ୟ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ପୈାରପାଳିକାର ଅଧ୍ୟକ୍ଷା ନିକୁ ସାହୁ ରାଷ୍ଟ୍ର ନିର୍ମାଣରେ ନାଗରିକ ମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ନିଜସ୍ୱ ମତ ପୋଷଣ କରିଥିଲେ।ରାଷ୍ଟ୍ରୀୟ ବୈଦିକ ଗଣିତ ଟୋଲିର ସଦସ୍ୟ ଅମରବର ଖଟୁଆ ପ୍ରଗତିର ମାନସିକତା ଜଣେ ଦେଶପ୍ରେମୀ ପାଇଁ ଯଥେଷ୍ଟ ବୋଲି କହିଥିଲେ।ଜିଲ୍ଲା ସଭାପତି ଶ୍ରୀ ମହାନ୍ତ କହିଲେଯେ, ବିଜେପି ଏକ ରାଜନୈତିକ ଦଳ ସତ;ମାତ୍ର ତାହାର ପ୍ରତିଟି ବିଚାର ସ୍ୱତନ୍ତ୍ର ଓ ରାଷ୍ଟ୍ରର ହିତ ପାଇଁ ଉଦ୍ଦିଷ୍ଟ।କାର୍ଯ୍ୟକ୍ରମତ ସଂଯୋଜକ ତଥା ବରିଷ୍ଠ ଦଳୀୟ ନେତା ଡକ୍ଟର ସମ୍ଭୁନାଥ ରାଉତ ଐକ୍ୟକୁ ସମ୍ପଦ କରି ଏକ ସମୃଦ୍ଧଶୀଳ ରାଷ୍ଟ୍ରର ସ୍ୱପ୍ନକୁ ସାକାର କରିବା ସହଜ ହେବ ବୋଲି ମତ ପୋଷଣ କରିଥିଲେ।ଅନ୍ୟତମ ଅତିଥିଭାବେ ପୂର୍ବତନ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଧୈର୍ଯ୍ୟ,ସାହାସ,ସୁକର୍ମ ଓ ବିଚାର ମାଧ୍ୟମରେ ଆମେ ରାଷ୍ଟ୍ରର ଟେକ ରଖିବା ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ସୁସଂଗଠକ ତଥା ଦଳୀୟ ନେତା ବିବେକାନନ୍ଦ ମହାନ୍ତ ନାଗରିକର ଦାୟିତ୍ୱବୋଧ ସମ୍ପର୍କରେ ନିଜର ମତ ଅବତାରଣା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସମାଜର ବହୁ ବୁଦ୍ଧିଜିବୀ ପତିଭାଧାରୀ ବରିଷ୍ଠ ନାଗରିକ,ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସାଧାରଣ ଜନତା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA