ପୁରୀ, ୨୦ ସେପ୍ଟେମ୍ବର (ହି.ସ.)- ଶ୍ରୀମନ୍ଦିର ଛତିଶାନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହେବ । ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ ପାଢୀ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ବିଭିନ୍ନ ନିଯୋଗର ସଭାପତି ସମ୍ପାଦକ ଓ ବରିଷ୍ଠ ସଭ୍ୟ ମାନେ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ମୁଖ୍ୟତଃ କାର୍ତିକ ମାସର ନୀତି ନିର୍ଘଂଟ ଚୂଡ଼ାନ୍ତ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ