ଚୋରା ମଦ ଜବତ ୪ କୋର୍ଟ ଚାଲାଣ
କେନ୍ଦ୍ରାପଡ଼ା, ୨୦ ସେପ୍ଟେମ୍ବର(ହି.ସ.) – ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ନିକିରେଇ, ପଟ୍ଟାମୁଣ୍ଡାଇ ଟାଉନ, ମାର୍ଶାଘାଇ ଓ କୁଦାନଗରୀ ଥାନା ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଢୋଲ ଗ୍ରାମର ଭଗବାନ ମଲ୍ଲିକଙ୍କଠୁ ୩୩ ଲିଟର ବିଦେଶୀ ମଦ, ଚନ୍ଦନପୁର ଗ୍ରାମର
ଚୋରା ମଦ ଜବତ ୪ କୋର୍ଟ ଚାଲାଣ


କେନ୍ଦ୍ରାପଡ଼ା, ୨୦ ସେପ୍ଟେମ୍ବର(ହି.ସ.) – ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ନିକିରେଇ, ପଟ୍ଟାମୁଣ୍ଡାଇ ଟାଉନ, ମାର୍ଶାଘାଇ ଓ କୁଦାନଗରୀ ଥାନା ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଢୋଲ ଗ୍ରାମର ଭଗବାନ ମଲ୍ଲିକଙ୍କଠୁ ୩୩ ଲିଟର ବିଦେଶୀ ମଦ, ଚନ୍ଦନପୁର ଗ୍ରାମର ଲକ୍ଷ୍ମୀପ୍ରିୟା କରଙ୍କଠୁ ୨୭ ଲିଟର ବିଦେଶୀ ମଦ, ଧନିଆପଡ଼ା ଗ୍ରାମର ସରୋଜ ମହାନ୍ତିଙ୍କ ଠାରୁ ୨୫ ଲିଟର ବିଦେଶୀ ମଦ ଏବଂ ବେହୁଳ ଗ୍ରାମର ରମେଶ ଚନ୍ଦ୍ର ମୋହାଳିକଙ୍କ ଠାରୁ ୨୪ ଲିଟର ବିଦେଶୀ ମଦ ଜବତ କରାଯାଇ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯିବା ସହ ସମୁଦାୟ ୧୦୯ ଲିଟର ବିଦେଶୀ ମଦ ଜବତ କରାଯାଇଅଛି। ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳ କହିଛନ୍ତି। ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ଶ୍ରୀ ହିତାଂଶୁ ଶେଖର ମଳିକ, ଶ୍ରୀ ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ଶ୍ରୀ ଧର୍ମପଦ ଦାସ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande