ଧାମରା ସାମୁଦ୍ରିକ ଥାନା ଦ୍ୱାରା ଆର୍ନ୍ତଜାତିକ ଉପକୂଳ ସଫେଇ ଦିବସ ପାଳିତ
ଭଦ୍ରକ, ୨୦ ସେପ୍ଟେମ୍ବର (ହି.ସ.) - ଆଜି ଆର୍ନ୍ତଜାତିକ ଉପକୂଳ ସଫେଇ ଦିବସ ଧାମରା ସାମୁଦ୍ରିକ ଥାନା କର୍ମଚାରୀଙ୍କ ଦ୍ୱାରା ପାଳିତ ହୋଇ ଯାଇଛି। ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶକ୍ରମେ ଧାମରା ସାମୁଦ୍ରିକ ଥାନା ଏବଂ କିଛି ସ୍ୱେଚ୍ଛା ସେବୀ ମାନେ ଏକ ସ୍ପିଡ ବୋଟରେ ନିକଟସ୍ଥ ବାବୁବାଲି ଦ୍ୱୀପ କୁ ଯାଇ
DHAMARA SAMUDRIKA THANA PAKHYARU SAFEI


ଭଦ୍ରକ, ୨୦ ସେପ୍ଟେମ୍ବର (ହି.ସ.) - ଆଜି ଆର୍ନ୍ତଜାତିକ ଉପକୂଳ ସଫେଇ ଦିବସ ଧାମରା ସାମୁଦ୍ରିକ ଥାନା କର୍ମଚାରୀଙ୍କ ଦ୍ୱାରା ପାଳିତ ହୋଇ ଯାଇଛି। ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶକ୍ରମେ ଧାମରା ସାମୁଦ୍ରିକ ଥାନା ଏବଂ କିଛି ସ୍ୱେଚ୍ଛା ସେବୀ ମାନେ ଏକ ସ୍ପିଡ ବୋଟରେ ନିକଟସ୍ଥ ବାବୁବାଲି ଦ୍ୱୀପ କୁ ଯାଇଥିଲେ। ସେଠାରେ ପହଂଚିବା ପରେ ଧାମରା ସାମୁଦ୍ରିକ ଥାନାଧିକାରିଣୀ ପ୍ରିୟଦର୍ଶନୀ ଖଟୁଆ ଆଜିର ଏହି ଦିବସ ପାଳନ କରିବାତ୍ତତାତ୍ପର୍ଯ୍ୟ ଉପରେ ନିଜର ବକ୍ତବ୍ୟ ରଖିବା ସହ ନିଜର ସମସ୍ତ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଏହି ଦ୍ୱୀପ ରେ ସଫେଇ କାର୍ଯ୍ୟକ୍ରମ ମାନ କରିଥିଲେ। ପରେ ସେହି ଜଳପଥ ଦେଇ ସମୁଦ୍ରକୁ ଯାଉଥିବା ମତ୍ସ୍ୟଜିବୀ ମାନଙ୍କ ମଧ୍ୟରେ ଏହି ସଫେଇ ଦିବସ ଉପରେ ସଚେତନତା ବାର୍ତା ପ୍ରଦାନ କରିବା ସହ ସମୁଦ୍ର ମଧ୍ୟରେ କିପରି ମତ୍ସ୍ୟଜିବୀ ମାନେ ନିିଜକୁ ନିଜେ ସଚେତନ ହେବା ସହ ସମୁଦ୍ର କୁ ଆବର୍ଜନା ମୁକ୍ତ କରିବେ ସେ ବିଷୟରେ ସଚେତନ ମଧ୍ୟ କରାଇଥିଲେ। ଆଜି ହୋଇଥିବା ଆର୍ନ୍ତଜାତିକ ଉପକୂଳ ସଫେଇ କାର୍ଯ୍ୟକ୍ରମରେ ଧାମରା ସାମୁଦ୍ରିକ ଥାନାଧିକାରିଣୀ ପ୍ରିୟଦର୍ଶନୀ ଖଟୁଆ, କୃଷ୍ନଚନ୍ଦ୍ର ନାୟକ, ଶରତ ଜେନା, ପରୀକ୍ଷିତ ଗିର. ଏସ ଜାମୁନଦା, ସୁବାଶିଷ ରାଉତ, ନନୀଗୋପାଳ ଦାସ, ସଶିକଳା ରାଉତ, ବଳଭଦ୍ର ବାରିକଙ୍କ ସମେତ ସ୍ୱେଚ୍ଛାସେବୀ ପ୍ରମୁଖ ସାମିଲ ହୋଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande