ଭଦ୍ରକ, ୨୦ ସେପ୍ଟେମ୍ବର (ହି.ସ.) - ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ୭୫ତମ ଜନ୍ମବାର୍ଷିକ ଉପଲକ୍ଷେ ଧାମରା ଅଂଚଳରେ ସ୍ୱଚ୍ଛ ଭାରତ ଅଭିଯାନ ଏବଂ ସେବା ସପ୍ତାହ ପାଳନ ହୋଇ ଯାଇଛି। ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଧାମରାରେ ପହଂଚିବା ପରେ ମା ଧାମରାଇ ମଣ୍ଡଳ ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା।ଭଦ୍ରକ ଏଡିଏମ ରବିନାରାୟଣ ସାହୁ, ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ ଏବଂ ବିଜେପିର ସ୍ୱଚ୍ଛ ଭାରତ ରାଜ୍ୟ କନଭେନର ପଦ୍ମଜା ଦେବତା ପ୍ରମୁଖ ଏହି ସ୍ୱଚ୍ଛ ଭାରତ ଅଭିଯାନରେ ନିଜକୁ ସାମିଲ କରିବା ପରିପ୍ରେକ୍ଷୀରେ ଚନ୍ଦନୀପାଳ ଠାରେ ଥିବା ବେଳାଭୂମି କୁ ସଫାଇ କରାଯିବା ସହ ସାଧାରଣ ମତ୍ସ୍ୟଜିବୀ ମାନଙ୍କୁ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ କରିବାକୁ ଆହ୍ୱନ ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ଧାମରାଇ ମଣ୍ଡଳ ସଭାପତି ତ୍ରିଦିବେଶ ପ୍ରଧାନ, ପାପାଜେନା,ଅତୁଲ ଜାନା, ଦେବେନ୍ଦ୍ର ନାୟକ, ସୁବାଶ ଦାସ, ରୁଦ୍ର ମହାନ୍ତି, ରମେଶବାରିକ, ସୁନାକର ଜେନା, ରତି ଜେନା, ମାନସ ନାୟକ, ପୂର୍ଣେନ୍ଦୁ ପଣ୍ଡା ପ୍ରମୁଖ ସାମିଲ ଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ