କେନ୍ଦୁଝର, ୨୦ ସେପ୍ଟେମ୍ବର(ହି.ସ.) – ୯୭ ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ। ଦୀର୍ଘଦିନ ଧରି ଧଳା ଜହର କାରବାରର ହବ ପାଲଟିଥିବା ହାଟଡିହି ଅଂଚଳରୁ ପୁଣି ଜଣେ ଧଳା ଜହର ବେପାରୀଙ୍କୁ ଧରିଲା ପୋଲିସ। ସୂଚନା ଅନୁଯାୟୀ କିଛି ଦିନ ବ୍ୟବଧାନରେ ଏହି ବେପାରରେ ଜଡ଼ିତ ଯୁବକମାନେ ଗିରଫ ହୋଇଛନ୍ତି। କିନ୍ତୁ ସମ୍ପୂର୍ଣ୍ଣ ଭାବରେ ମୂଳ ଶେଷ ହୋଇ ନଥିବାରୁ ଏବେ ଏହି କାରବାର ଚାଲିଥିବା ସୂଚନା ମିଳିଥିଲା। ପୋଲିସ ଭିତିରିଆ ଟ୍ରାକ ଆରମ୍ଭ କରି ପୁଣି ଜଣକୁ ଧରିବାରେ ସକ୍ଷମ ହୋଇଛି। ଯାହାକି ଆଗକୁ ପାର୍ବଣର ଋତୁ ଆରମ୍ଭ ହେବାକୁ ଯାଉଥିବାରୁ ଏହି ପରି ଘାଟଣା ଉପରେ ନଜର ରଖିବାକୁ କେନ୍ଦୁଝର ଏସ୍ପି ନୀତିନ କୁଷଲକର ଟାଗୁଡୁ ସୂଚନା ଦେଇଛନ୍ତି। ଧରାପଡ଼ିଥିବା ଯୁବକ ହେଲେ ଭଦ୍ରକ ଜିଲ୍ଲାର କଂଟାପଡ଼ା ଗାଁର ଯୁବକ କାଳନ୍ଦୀ ଦାସଙ୍କ ସାନପୁଅ ରତନ ଦାସ ବୟସ ୩୭। ତାଙ୍କ ନିକଟରୁ ୯୭ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିବାବେଳେ ନନ୍ଦିପଦା ପୋଲିସ ୨୭୮/୨୫ରେ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA