ଜୟପୁର, 20 ସେପ୍ଟେମ୍ବର (ହି.ସ.) ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ୩ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଗଡ ପଦର ଗ୍ରାମର ଜଗନ୍ନାଥ ଟାକରି, ସାଜନ ହରିଜନ ସହ ଡାମାପୁଟର ଜଣେ ମହିଳା । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇଁ ଦାମାପୁଟ, ଗଡପଦର ରେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ୩ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଙ୍କ ଠାରୁ ୪୦ ଲିଟର ଦେଶି ମଦ ଜବତ କରିଛି । ଗିରଫ ୩ ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଓଆଇସି ସୁବ୍ରତ କେଶୋରି ହିରଣ ସୁଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି