ନୂତନ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସ୍ବତନ୍ତ୍ର ଅଧିକାରୀଙ୍କୁ ସମ୍ବର୍ଦ୍ଧନା
କେନ୍ଦୁଝର, ୨୦ ସେପ୍ଟେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ମଙ୍ଗଳ ବିଭାଗର ଶିକ୍ଷା ସହାୟକ ସେବକ ସେବିକା ସଂଘ ତରଫରୁ କେନ୍ଦୁଝର ଜିଲ୍ଲାରେ ନୂତନ ଭାବରେ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ବିକାଶ କୁମାର ମହାନ୍ତି ଏବଂ ସ୍ବତନ୍ତ୍ର ଅଧିକାରୀ ଭାବରେ ଦାୟିତ୍ଵ ଗ୍ରହଣ କରିଥିବା ସୁନ
ନୂତନ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସ୍ବତନ୍ତ୍ର ଅଧିକାରୀଙ୍କୁ ସମ୍ବର୍ଦ୍ଧନା


କେନ୍ଦୁଝର, ୨୦ ସେପ୍ଟେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ମଙ୍ଗଳ ବିଭାଗର ଶିକ୍ଷା ସହାୟକ ସେବକ ସେବିକା ସଂଘ ତରଫରୁ କେନ୍ଦୁଝର ଜିଲ୍ଲାରେ ନୂତନ ଭାବରେ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ବିକାଶ କୁମାର ମହାନ୍ତି ଏବଂ ସ୍ବତନ୍ତ୍ର ଅଧିକାରୀ ଭାବରେ ଦାୟିତ୍ଵ ଗ୍ରହଣ କରିଥିବା ସୁନା ରାମ ସିଂ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଜିଲ୍ଲାରେ ଥିବା ଅଶ୍ରାମ /ସେବାଶ୍ରମ ବିଦ୍ୟାଳୟ ଗୁଡିକରେ ରହିଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ଯାହା ସମସ୍ୟା ରହିଛି, ତା'ର ସମାଧାନ ପାଇଁ ସମସ୍ତଙ୍କର ସହଯୋଗ କାମନା କଲେ ।

ଶିକ୍ଷା ସହାୟକ ସଂଘ ର ସରୋଜ କୁମାର ପୃଷ୍ଟି , ଶ୍ରୀକାନ୍ତ ଚନ୍ଦ୍ର ନାୟକ, ଶଶିଭୂଷଣ ଖିଲାର, ଚିତ୍ତରଞ୍ଜନ ମହାନ୍ତ, ସମୀର ରଞ୍ଜନ ସାହୁ , ଜିତେନ୍ଦ୍ର କୁମାର ନାୟକ, ତ୍ରିନାଥ ବେହେରା , ସସ୍ମିତା ସେଠୀ, ନିଶିକାନ୍ତ କିସ୍କୁ, ତ୍ରିଲୋଚନ ମହାନ୍ତ, ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande