ଗୁରୁ ଲାକ ବଦ୍ରାଙ୍କ ଜନ୍ମ ଜୟନ୍ତୀ ପାଳିତ
କେନ୍ଦୁଝର, ୨୦ ସେପ୍ଟେମ୍ବର (ହି.ସ.)- ବିର୍ସା ମୁଣ୍ଡା ହୋ ସମାଜ ମାର୍ଶାଲ ଆକାଳା ପକ୍ଷରୁ ଘଟଗାଁ ବ୍ଲକ ଢେଙ୍କିକୋଟ ଠାରେ ହୋ ସମ୍ପ୍ରଦାୟ ଗୁରୁ ଲାକ ଵଦ୍ରାଙ୍କ ଜନ୍ମ ଜୟନ୍ତୀ ହୋ ସମାଜ ସଭାପତି ପ୍ରହଲ୍ଲାଦ ଗାଗରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହୋ ସମ୍ପ୍ରଦାୟ ପକ୍ଷରୁ ଢେଙ୍କିକୋ
ଗୁରୁ ଲାକ ବଦ୍ରାଙ୍କ ଜନ୍ମ ଜୟନ୍ତୀ ପାଳିତ


କେନ୍ଦୁଝର, ୨୦ ସେପ୍ଟେମ୍ବର (ହି.ସ.)- ବିର୍ସା ମୁଣ୍ଡା ହୋ ସମାଜ ମାର୍ଶାଲ ଆକାଳା ପକ୍ଷରୁ ଘଟଗାଁ ବ୍ଲକ ଢେଙ୍କିକୋଟ ଠାରେ ହୋ ସମ୍ପ୍ରଦାୟ ଗୁରୁ ଲାକ ଵଦ୍ରାଙ୍କ ଜନ୍ମ ଜୟନ୍ତୀ ହୋ ସମାଜ ସଭାପତି ପ୍ରହଲ୍ଲାଦ ଗାଗରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହୋ ସମ୍ପ୍ରଦାୟ ପକ୍ଷରୁ ଢେଙ୍କିକୋଟ ବଜାରରେ ଏକ ଶୋଭାଯାତ୍ରା ବାହାରି ଥିଲା। ଏହା ସହ ଢେଂକିକୋଟ ଡାକ ବଙ୍ଗଳା ପରିସରରେ ସମାଜର ଗୁରୁଙ୍କ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଅଖିଳ ପାତ୍ରଙ୍କ ସହ ପଇଦା ପାଟଣା ସରପଞ୍ଚ ମୁକୁନ୍ଦ ମୁଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ହୋ ସମାଜର ସମ୍ପାଦକ ଗୋବିନ୍ଦ ବାଣ୍ଡିଆ, ଜିଲ୍ଲା ଉପଦେଷ୍ଟା ଦୁମ୍ବି ହନହାଗା, ବ୍ଲକ ଉପଦେଷ୍ଟା ପାଣ୍ଡବ ଚାତମ୍ବା ଓ ରାମେଶ୍ବର ସଏ ଓ ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ପୂର୍ତ୍ତି, ରାଜେନ୍ଦ୍ର ଦିଗି, ଶରତ ପୂର୍ତ୍ତି, ବିଶିକେଶନ ମୁଣ୍ଡା, ଗଣେଶ୍ଵର ଗାଗରାଇ ଓ ରବୀନ୍ଦ୍ର ଚାମ୍ପିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande