ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ବାର୍ଷିକ ସାଧାରଣ ସଭା
ଭଦ୍ରକ, ୨୦ ସେପ୍ଟେମ୍ବର (ହି.ସ.) - ପ୍ରାକ୍ତନ ବିଧାୟିକା ସଂଜିତା ମହାନ୍ତିଙ୍କ ତତ୍ୱାବଧାନରେ ପରିଚାଳିତ ଶ୍ରୀଜଗନ୍ନାଥ ଚେତନା ସଂସ୍କୃତି ପରିଷଦର ବାର୍ଷିକ ସାଧାରଣ ଅଧିବେସନରେ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି, ଭଦ୍ରକ ପକ୍ଷରୁ କର୍ମକର୍ତା ଗଣ ଯୋଗଦାନ କରିଥିଲେ। ଭୁବନେଶ୍ୱରସ୍ଥ ଶ୍ରୀଜୟଦେବ ଭବନ ପର
JAGANNATH SANSKRUTI PARISHAD SADHARANA SABHA


ଭଦ୍ରକ, ୨୦ ସେପ୍ଟେମ୍ବର (ହି.ସ.) - ପ୍ରାକ୍ତନ ବିଧାୟିକା ସଂଜିତା ମହାନ୍ତିଙ୍କ ତତ୍ୱାବଧାନରେ ପରିଚାଳିତ ଶ୍ରୀଜଗନ୍ନାଥ ଚେତନା ସଂସ୍କୃତି ପରିଷଦର ବାର୍ଷିକ ସାଧାରଣ ଅଧିବେସନରେ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି, ଭଦ୍ରକ ପକ୍ଷରୁ କର୍ମକର୍ତା ଗଣ ଯୋଗଦାନ କରିଥିଲେ। ଭୁବନେଶ୍ୱରସ୍ଥ ଶ୍ରୀଜୟଦେବ ଭବନ ପରିସରରେ ଅନୁଷ୍ଠିତ ରାଷ୍ଟ୍ରସ୍ତରୀୟ ଅଧିବେସନରେ ପ୍ରଚାର ସମିତିର ମୁଖ୍ୟ ଆବାହକ ଶରତ କୁମାର ସାହୁ ସହ ଅବାହକ ବାବୁଲାଲ ଦାସ, ଉପଦେଷ୍ଟା ସ୍ନେହାଶିଷ ପଣ୍ଡା, ରଘୁନାଥ ଦାଶ, ରବିନ୍ଦ୍ର ସାହୁ, ସନ୍ତୋଷ ସାହୁ ପ୍ରମୁଖ ସେବକ ଗଣ ଯୋଗଦାନ କରି ଶ୍ରୀଜଗନ୍ନାଥ ମହାପ୍ରପୁଙ୍କ ମହିମା କିଭଳି ବହୁଳଭାବରେ ପ୍ରଚାର ହୋଇପାରିବ ସେ ସଂପର୍କରେ ବକ୍ତାମାନଙ୍କ ଠାରୁ ନିଜନିଜର ବକ୍ତବ୍ୟ ଶୁଣିଥିଲେ। ଏହି ଆଧ୍ୟାତ୍ମିକ ସଭାରେ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ ମୁଖ୍ୟଅତିଥି, କୋରେଇ ବିଧାୟକ ଆକାଶ ଦାସ, ଭୁବନେଶ୍ୱର ଏକ୍ରାମ ବିଧାୟକ ବାବୁ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଧାତ୍ମିକ ଦିବ୍ୟ ଚେତନା ପ୍ରଚାର ପ୍ରସାର କରିବାକୁ ଭକ୍ତମାନଙ୍କୁ ନିବେଦନ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande