ଖୋର୍ଦ୍ଧା,, 20 ସେପ୍ଟେମ୍ବର (ହି.ସ.)ସଂସ୍କୃତି ମନ୍ତ୍ରଳlଳୟ, ଭାରତ ସରକାରଙ୍କ “ସେବା ପର୍ବ ୨୦୨୫” ପାଳନ ଅବସରରେ ଆଜି ୨୦ ସେପ୍ଟେମ୍ବର ୨୦୨୫ ରେ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ପକ୍ଷରୁ “ବିକଶିତ ଭାରତ ୨୦୪୭” ବିଷୟକୁ ଆଧାର କରି ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ୩ଟି ବିଭାଗରେ ଆୟୋଜନ କରାଯାଇଥିଲା l ବିଦ୍ୟାଳୟ ସ୍ତରୀୟ ଚିତ୍ରକାଳ ପ୍ରତିଯୋଗିତା ସ୍ଥାନୀୟ ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା ଠାରେ, ମହାବିଦ୍ୟାଳୟ ତଥା ବିଶ୍ଵବିଦ୍ୟାଳୟ ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧା ଠାରେ ଓ ବୃତ୍ତିଗତ ଚିତ୍ରକଳା ପ୍ରତିଯୋଗିତା ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ, ଖୋର୍ଦ୍ଧା ଠାରେ ଶନିବାର ଆୟୋଜିତ କରାଯାଇଥିଲା । ବିଦ୍ୟାଳୟ ସ୍ତରୀୟ ଚିତକଳା ପ୍ରତିଯୋଗିତାରେ ମୋଟ ୩୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଖୋର୍ଦ୍ଧାର ନବମ ଶ୍ରେଣୀର ଛାତ୍ରୀ ଟିକିରାଣୀ ଦାସ ପ୍ରଥମ ସ୍ଥାନ, ଡି. ଆର. ସ୍କୁଲ୍, ନୟାପଲ୍ଲୀ ର ଛାତ୍ର ବିଶ୍ଵରଞ୍ଜନ ମହାରଣା ଦ୍ଵିତୀୟ ସ୍ଥାନ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମୁକୁନ୍ଦପ୍ରସାଦ ର ଅଷ୍ଟମ ଶ୍ରେଣୀର ଛାତ୍ରୀ ରାଜଲକ୍ଷ୍ମୀ ସାମଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ମହାବିଦ୍ୟାଳୟ ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ରେ ମୋଟ ୪୮ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଧଉଳି ଚାରୁ ଓ କାରୁ କଳା ମହାବିଦ୍ୟାଳୟ ର ଛାତ୍ର ଦୀପକ କୁମାର ଜେନା ପ୍ରଥମ ସ୍ଥାନ, ଏକାମ୍ର ମହାବିଦ୍ୟାଳୟ, ଭୁବନେଶ୍ୱରର ଛାତ୍ର ଜି. ଅମନ ରାଓ ଦ୍ଵିତୀୟ ସ୍ଥାନ ଏବଂ ମଦୁଇ ଜଣ ଯଥା ଧଉଳି ଚାରୁ ଓ କାରୁ କଳା ମହାବିଦ୍ୟାଳୟ ର ଛାତ୍ର ପ୍ରକାଶ ପରିଡା ଓ କମଳl ନେହେରୁ ମହିଳା ମହାବିଦ୍ୟାଳୟ, ଭୁବନେଶ୍ୱର ର ଛାତ୍ରୀ କଲ୍ୟାଣୀ ସାହୁ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ବୃତ୍ତିଗତ ଚିତ୍ରକଳା ପ୍ରତିଯୋଗିତାରେ ମୋଟ ୧୦ ଜଣ ଚିତ୍ର ଶିଳ୍ପୀ ଅଂଶ ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ ସ୍ଥାନୀୟ ପୋଷ୍ଟ ଅଫିସ ଲେନ, ଖୋର୍ଦ୍ଧା ର ଅନୁପମ ମହାନ୍ତି ପ୍ରଥମ ସ୍ଥାନ, ସହିଦ ଲକ୍ଷ୍ମଣ ନାୟକ ବେହେରା ସାହି, ଆଇ. ଆର. ସି. ଭିଲେଜ, ନୟାପଲ୍ଲୀ, ଭୂବନେଶ୍ୱରର ବିଜୟ କୁମାର ମଲ୍ଲିକ ଦ୍ଵିତୀୟ ସ୍ଥାନ ଓ ସ୍ଥାନୀୟ ଜଜାରସିଂହ, ଉପରସାହି, ଖୋର୍ଦ୍ଧାର ଲଲାଟ କିଶୋର ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ