ବଲାଙ୍ଗିର, ୨୦ ସେପ୍ଟେମ୍ବର (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ତରଫରୁ ଏକ ସପ୍ତଦିନ ବ୍ୟାପୀ ସ୍ୱତନ୍ତ୍ର ଶିବିର ଉଦ୍ଘାଟିତ ହୋଇଥିଲା I ଅଧ୍ୟକ୍ଷ ଡଃ ଅରବିନ୍ଦ କୁମାର ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶାଖାର କାର୍ଯ୍ୟକ୍ରମ ଅଧିକାରୀ ଡଃ ମିନତୀ ଦେବତା ମଞ୍ଚ ପରିଚାଳନା କରିଥିଲେ I ଅଧ୍ୟାପକ ଡଃ ଭୁବନ ମୋହନ ପଣ୍ଡା, ଡଃ ଅନୁରାଧା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ I ଶେଷରେ ଡଃ ସିଦ୍ଧେଶ୍ଵର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଉପଲକ୍ଷେ ଛାତ୍ରୀନିବାସ ଓ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା I
ଏହି ଶିବିର ସ୍ଥାନୀୟ ଗନ୍ଧରେଲ ଗ୍ରାମ ତଥା ମହାବିଦ୍ୟାଳୟ ପରିସରରେ ଦୀର୍ଘ ୭ ଦିନ ଧରି ଚାଲିବ ବୋଲି ସୂଚନା ଦିଆଯାଇଛି I
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ