ଗଞ୍ଜାମ, ୨୦ ସେପ୍ଟେମ୍ବର (ହି.ସ.)- ପୂର୍ବତନ ବିରମିତ୍ରପୁର ବିଧାୟକ ତଥା ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଜର୍ଜ ତିର୍କିଙ୍କ ପରଲୋକରେ ନବୀନର ସଂପାଦକ ରବି ରଥ ଶୋକବ୍ୟକ୍ତ କରିଛନ୍ତି l
ଶୋକ ବାର୍ତାରେ ସେ କହିଛନ୍ତି ଯେ, ମୋର ଆତ୍ମୀୟ ବନ୍ଧୁ, ପୂର୍ବତନ ବିରମିତ୍ରପୁର ବିଧାୟକ ଏବଂ ବିଶିଷ୍ଟ ଶ୍ରମିକ ତଥା ଆଦିବାସୀ ନେତା ଜର୍ଜ ତିର୍କିଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ତାଙ୍କର ସମଗ୍ର ଜୀବନ ଆଦିବାସୀ ସମାଜର ଅଧିକାର, ମର୍ଯ୍ୟାଦା ଓ ନ୍ୟାୟ ପାଇଁ ନିରନ୍ତର ସଂଘର୍ଷରେ ଅତିବାହିତ ହୋଇଥିଲା ।
ତାଙ୍କର ଅକାଳ ପରଲୋକ ସମଗ୍ର ରାଜ୍ୟ ପାଇଁ ଏକ ବିଶାଳ କ୍ଷତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ