ବଜ୍ରପାତରେ ଜଣେ ମୃତ, ଦୁଇ ଗୁରୁତର
ମାଲକାନଗିରି, ୨୦ ସେପ୍ଟେମ୍ବର(ହି.ସ.) – ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ରୋଡନପଲ୍ଲୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ହୋଇଥିବା ବର୍ଷା ଓ ବିଜୁଳି ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବଜ୍ରାଘାତରେ ଜଣେ ମହିଳା ପ୍ରାଣ ହରାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଶନିବାର ଅପରାହ୍ନ ସମୟରେ ହୋଇ
ବଜ୍ରପାତରେ ଜଣେ ମୃତ, ଦୁଇ ଗୁରୁତର


ମାଲକାନଗିରି, ୨୦ ସେପ୍ଟେମ୍ବର(ହି.ସ.) – ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ରୋଡନପଲ୍ଲୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ହୋଇଥିବା ବର୍ଷା ଓ ବିଜୁଳି ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବଜ୍ରାଘାତରେ ଜଣେ ମହିଳା ପ୍ରାଣ ହରାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଶନିବାର ଅପରାହ୍ନ ସମୟରେ ହୋଇଥିବା ଭୀଷଣ ବର୍ଷା ସହିତ ଘଡ଼ଘଡ଼ି ଏବଂ ବିଜୁଳି ହୋଇଥି ଲା ଓ ଏହି ସମୟରେ ରୋଡ଼ନପଲ୍ଲୀ ଗ୍ରାମର ନନ୍ଦିନୀ ପୁନେମ ଘର ବାହାରେ ଶୁଖା ଯାଇଥିବା କପଡା କାଢୁଥିବାବେଳେ ଅଚାନକ ବଜ୍ରାଘାତ ହେବାରୁ ଘଟଣା ସ୍ଥଳରେ ହିଁ ଅଚେତ ହୋଇ ପଡ଼ିଗଲେ ଓ ବଜ୍ରାଘାତର ତିବ୍ରତା ଏତେ ମାତ୍ରାରେର ଥିଲା ଯେ ନନ୍ଦିନୀ ପାଖରେ ଥିବା ଅନ୍ୟ ଦୁଇଜଣ ଝିଅ ମଧ୍ୟ ଘଟଣା ସ୍ଥଳରେ ଅଚେତ୍ ହୋଇ ପଡିଥିଲେ। ସମସ୍ତଙ୍କୁ ଗ୍ରାମବାସୀ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ନନ୍ଦିନୀଙ୍କୁ ମୃତ ଘୋଷଣା କରିଛନ୍ତି ଓ ଅଚାନକ ବଜ୍ରାଘାତରେ ନନ୍ଦିନୀଙ୍କ ମୃତ୍ୟୁ ଯୋଗୁଁ ପରିବାର ଲୋକ ସମେତ ଗ୍ରାମବାସୀ ଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ଓ ଅନ୍ୟପଟେ ଘଟଣା ବାବଦରେ ସୂଚନା ପାଇ ପଡିଆ ପୋଲିସ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ କରୁଥିବାବେଳେ ଚିକିତ୍ସାଧିନ ଦୁଇ ନାବାଳିକାଙ୍କ ସ୍ୱାସ୍ଥ୍ୟରେ ଅପେକ୍ଷାକୃତ ସୁଧାର ଆସିଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande