ସାଲେଭଟା ମା ପାଟଣେଶ୍ୱରୀ ପୀଠରେ ଦଶହରା ଓ ବଏଲ ଯାତ୍ରା ପାଇଁ ପ୍ରସ୍ତୁତି
ବଲାଙ୍ଗିର, ୨୦ ସେପ୍ଟେମ୍ବର(ହି.ସ.) – ଐତିହାସିକ ସାଲେଭଟା ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀ ପୀଠରେ ମା’ ଦୁର୍ଗାପୂଜା ଓ ବଏଲ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା। ମୁଖ୍ୟ ପୂଜକ ପ୍ରକାଶ ଦିଶ୍ରୀ ନେତୃତ୍ୱରେ ମନ୍ଦିର କମିଟି ଦେବାଳୟ ସୁରକ୍ଷା କମିଟି ସଦସ୍ୟଙ୍କ ସହ ବଏଲ ଯାତ୍ରା ଓ ଦଶହରା କିଭଳି
ସାଲେଭଟା ମାଁ ପାଟଣେଶ୍ୱରୀ ପୀଠ ରେ ଦଶହରା ଓ ବଏଲ ଯାତ୍ରା ପାଇଁ ପ୍ରସ୍ତୁତି


ବଲାଙ୍ଗିର, ୨୦ ସେପ୍ଟେମ୍ବର(ହି.ସ.) – ଐତିହାସିକ ସାଲେଭଟା ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀ ପୀଠରେ ମା’ ଦୁର୍ଗାପୂଜା ଓ ବଏଲ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା। ମୁଖ୍ୟ ପୂଜକ ପ୍ରକାଶ ଦିଶ୍ରୀ ନେତୃତ୍ୱରେ ମନ୍ଦିର କମିଟି ଦେବାଳୟ ସୁରକ୍ଷା କମିଟି ସଦସ୍ୟଙ୍କ ସହ ବଏଲ ଯାତ୍ରା ଓ ଦଶହରା କିଭଳି ସୁରୁଖୁରୁରେ ହେବ ତାହା ଆଲୋଚନା ହୋଇଥିଲା। ରବିବାର ଦିନ ଆଶ୍ୱିନ ଶୁକ୍ଳପକ୍ଷ ଅମାବାସ୍ୟା ମହାଳୟାରେ ଧବଳମୁଖି ବେଶ ଓ ୨୨ ତାରିଖ ସୋମବାର ଦିନ ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ନବରାତ୍ର ପୂଜା ମନ୍ଦିରରେ ଆରମ୍ଭ ହେବ। ଘଟ ସ୍ଥାପନ ଓ ଅଖଣ୍ଡ ଦ୍ୱିପ ପ୍ରଜ୍ଜଳନ ହେବ। ୨୯ ତାରିଖ ସୋମବାର ଦିନ ମା’ ପାଟଣେଶ୍ୱରୀଙ୍କ ବଏଲ ଯାତ୍ରା ଗ୍ରାମରେ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ରାଜଖମାର କୁ ଆସି ମନ୍ଦିର କୁ ପ୍ରବେଶ କରିବେ ବୋଲି ପୂଜକ ସୂଚନା ଦେଇଥିଲେ। ପୂଜକ ଜୟକୃଷ୍ଣ ଦିଶ୍ରୀ ସମେତ ମନ୍ଦିର କମିଟିର ସଦସ୍ୟମାନେ, ଦେବାଳୟ ସୁରକ୍ଷା କମିଟି ର ସଭାପତି ଜୟକୃଷ୍ଣ ମିଶ୍ର ଓ ପ୍ରଶାନ୍ତ ମହାକୁର ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande