ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା  : ଗଜପତି ଜିଲ୍ଲାର ନୂଆଗଡ଼ରେ ସର୍ବାଧିକ ୨୭.୨ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୨୦ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଜପତି ଜିଲ୍ଲାର ନୂଆଗଡ଼ରେ ସର୍ବାଧିକ ୨୭.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ୨୭.୦ ମି.ମି., କୋଟପାଡ଼ରେ ୨୭.୦ ମି.ମି., କେନ୍ଦ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା  : ଗଜପତି ଜିଲ୍ଲାର ନୂଆଗଡ଼ରେ ସର୍ବାଧିକ ୨୭.୨ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୨୦ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଜପତି ଜିଲ୍ଲାର ନୂଆଗଡ଼ରେ ସର୍ବାଧିକ ୨୭.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ୨୭.୦ ମି.ମି., କୋଟପାଡ଼ରେ ୨୭.୦ ମି.ମି., କେନ୍ଦୁଝର ଜିଲ୍ଲାର ଦୈତାରୀରେ ୨୬.୬ ମି.ମି., ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ୨୬.୨ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡାରେ ୨୪.୬ ମି.ମି., ଗୁରୁଣ୍ଡିିଆରେ ୨୨.୪ ମି.ମି., ମୟୂରଭଞ୍ଜ ଜିଲ୍ଲାର ନୱାନାରେ ୨୧.୨ ମି.ମି., କନ୍ଧମାଳ ଜିଲ୍ଲାର ରାଇକିଆରେ ୨୧.୨ ମି.ମି., ଦାରିଙ୍ଗବାଡିରେ ୨୦.୦ ମି.ମି., ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲରେ ୧୬.୦ ମି.ମି., ବାଲେଶ୍ୱର ଜିଲ୍ଲାର ସୋରୋରେ ୧୫.୦ ମି.ମି. ଏବଂ କନ୍ଧମାଳ ଜିଲ୍ଲାର ଚକାପାଦରେ ୧୪.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande