ସମ୍ବଲପୁରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାରେ ରାଜ୍ୟ ସରକାର ବିଫଳ – କଂଗ୍ରେସ
ସମ୍ବଲପୁର, ୨୦ ସେପ୍ଟେମ୍ବର(ହି.ସ.) – ସମ୍ବଲପୁର ମହାନଗର ନିଗମ ଅଂଚଳରେ ଅତି ନିମ୍ନମାନର ଜଳଯୋଗାଣ ହେଉଥିବା ନେଇ ଜ଼ିଲ୍ଲା କଂଗ୍ରେସ କମିଟି ଗଭୀର ଉଦବେଗ ପ୍ରକାଶ କରିଛି ଓ ସହରର ବିଭିନ୍ନ ପଡ଼ାରେ ପାନୀୟ ଜଳଯୋଗାଣର ବିକଳ ଚିତ୍ର ପଦାକୁ ଆସିଛି ଓ ଲୋକେ ବାରମ୍ବାର ଦାବି, ରାସ୍ତାରୋକ କଲେ ମଧ୍ୟ ରାଜ୍ୟ ସରକ
ସମ୍ବଲପୁରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାରେ ରାଜ୍ୟ ସରକାର  ବିଫଳ – କଂଗ୍ରେସ


ସମ୍ବଲପୁର, ୨୦ ସେପ୍ଟେମ୍ବର(ହି.ସ.) – ସମ୍ବଲପୁର ମହାନଗର ନିଗମ ଅଂଚଳରେ ଅତି ନିମ୍ନମାନର ଜଳଯୋଗାଣ ହେଉଥିବା ନେଇ ଜ଼ିଲ୍ଲା କଂଗ୍ରେସ କମିଟି ଗଭୀର ଉଦବେଗ ପ୍ରକାଶ କରିଛି ଓ ସହରର ବିଭିନ୍ନ ପଡ଼ାରେ ପାନୀୟ ଜଳଯୋଗାଣର ବିକଳ ଚିତ୍ର ପଦାକୁ ଆସିଛି ଓ ଲୋକେ ବାରମ୍ବାର ଦାବି, ରାସ୍ତାରୋକ କଲେ ମଧ୍ୟ ରାଜ୍ୟ ସରକାର ଜନସ୍ୱାସ୍ଥ୍ୟ ବିଭାଗ(ୱାଟକୋ) ଖଣ୍ଡ, ସମ୍ବଲପୁରବାସୀ ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାରେ ସମ୍ପୂର୍ଣ ବିଫଳ ହୋଇଛି ଓ ସହରରେ ୱାଟକୋ ଯୋଗାଉ ଥିବା ପାଣି ପିଇବା ଯୋଗ୍ୟ ନୁହେଁ ଓ ଏଭଳି ଏକ ସାଙ୍ଘାତିକ ଚିଠି ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ଗତ ୧୩ ତାରିଖ ୱାଟକୋକୁ ଦେଇଛି ଓ ଚିଠିରେ ମାନେଶ୍ୱର ଓ ବରେଇପାଲି ବିଶୋଧନାଗାରରୁ ସହର କୁ ଯୋଗାଣ ହେଉଥିବା ଜଳ ପିଇବା ଯୋଗ୍ୟ ନୁହେଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି ଓ ସହର ର ଦାନୀପାଲି, ଗୋପାଳମାଳ, ଧୁଚୁରାପଡ଼ା ଆଦି ଅଂଚଳରେ ମାରାତ୍ମକ ଜଣ୍ଡିସ୍ ଦେଖାଦେଇଛି ଓ ସମ୍ବଲପୁରରେ ପୁଣି ୨୦୧୪ ଭଳି ଜଣ୍ଡିସ୍ ବ୍ୟାପିବାର ଆଶଙ୍କା ଦେଖାଦେଇଛି ଓ ତଥାପି ସହର ରେ ଜଳଯୋଗାଣ ସ୍ଥିତିରେ କୌଣସି ସୁଧାର ଆସିବାର ଦେଖାଯାଉ ନାହିଁ ବୋଲି ଅଭିଯୋଗ କରି ଆଜି ୱାଟକୋ ମହା ପ୍ରବନ୍ଧକ ଶ୍ରୀ ବ୍ରମେଶ୍ୱର ଦାଶ ଙ୍କୁ କଂଗ୍ରେସ ଘେରାଉ କରିଥିଲା ଓ ଜ଼ିଲ୍ଲା କଂଗ୍ରେସ କମିଟି ସଂଯୋଜକ ଶ୍ରୀ ଦୁର୍ଗା ପାଢ଼ୀଙ୍କ ନେତୃତ୍ୱ ରେ କଂଗ୍ରେସ କର୍ମୀ ମାନେ ୱାଟକୋ ମହାପ୍ରବନ୍ଧକ ଙ୍କୁ ଅଫିସ ରେ ଘେରାଉ କରି ଆଗାମୀ ୭ ଦିନ ମଧ୍ୟରେ ଏହାର ସମାଧାନ କରିବାକୁ ଦାବି କରିଛନ୍ତି ଓ ନଚେତ ଏକ ଦାୟିତ୍ୱବାନ ଦଳ ଭାବରେ ଆଗାମୀ ଦିନ ରେ କଂଗ୍ରେସ ଏକ ବଡ଼ ଧରଣର ଆନ୍ଦୋଳନ କରିବ ଏବଂ ଏଥିପ୍ରତି ସରକାର ଦାୟୀ ରହିବେ ବୋଲି ଜ଼ିଲ୍ଲା ସଂଯୋଜକ ଶ୍ରୀ ପାଢ଼ୀ ଚେତାବନୀ ଦେଇଛନ୍ତି ଓ ତେବେ ୱାଟକୋ ଯୋଗାଉ ଥିବା ପାଣି ପିଇବା ଯୋଗ୍ୟ ନୁହେଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗର ଚିଠି ଭୁଲଥିଲା ବୋଲି ୱାଟକୋ ମହା ପ୍ରବନ୍ଧକ ଶ୍ରୀ ଦାଶ ପ୍ରକାଶ କରିଥିଲେ ଓ ଆଜିକାର ଏହି ଘେରାଉ ତଥା ଦାବି ପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ମହିଳା କଂଗ୍ରେସ ପୂର୍ବତନ ସଭାନେତ୍ରୀ ସୁତପା ମିତ୍ର, ସଂଖ୍ୟା ଲଘୁ ସେଲ ର ବାବୁ ଖାନ, ଏମ୍‌. ଡି. ସଲିମ, ନାରୀନେତ୍ରୀ କବିତା ପଟ୍ଟନାୟକ, ଡଲି ଅହମଦ, ଦଶରଥ ଦାସ, ଦିନେଶ ସାନବଡ଼, ପ୍ରଶାନ୍ତ ମହାନ୍ତି,ଅରୁଣ କୁମାର, ପ୍ରଦୀପ ରାଉତ, ଗୁଡୁ ଉପଲ, ଚନ୍ଦ୍ର ବାବୁ ପ୍ରମୁଖ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande